ପାର୍ଲାମେଣ୍ଟ ଷ୍ଟାଣ୍ଡିଙ୍ଗ କମିଟିରେ ଏବେ ଓଡ଼ିଶା ଜେଲ୍ ସୁରକ୍ଷା ଚିନ୍ତା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ଜେଲ୍ ଡିଜି ସୁଶାନ୍ତ ନାଥଙ୍କୁ ହାଜିରା ପାଇଁ ନୋଟିସ
ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ରାଜ୍ୟ ସରକାରଙ୍କ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ଜେଲ୍ ଡିଜି ସୁଶାନ୍ତ ନାଥଙ୍କୁ ହାଜିରା ପାଇଁ ନୋଟିସ ଜାରି ହୋଇଛି । ଆସନ୍ତା ନଭେମ୍ବର ୩ ତାରିଖରେ ପାର୍ଲିଆମେଣ୍ଟ କମିଟି ଆଗରେ ହାଜର ହୋଇ ରାଜ୍ୟର ଜେ
ପାର୍ଲାମେଣ୍ଟ     ଷ୍ଟାଣ୍ଡିଙ୍ଗ କମିଟିରେ ଏବେ ଓଡ଼ିଶା ଜେଲ୍ ସୁରକ୍ଷା ଚିନ୍ତା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ       ଶର୍ମା ଓ ଜେଲ୍ ଡିଜି ସୁଶାନ୍ତ ନାଥଙ୍କୁ ହାଜିରା ପାଇଁ ନୋଟିସ


ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ରାଜ୍ୟ ସରକାରଙ୍କ

ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ଜେଲ୍ ଡିଜି ସୁଶାନ୍ତ ନାଥଙ୍କୁ

ହାଜିରା ପାଇଁ ନୋଟିସ ଜାରି ହୋଇଛି । ଆସନ୍ତା ନଭେମ୍ବର ୩ ତାରିଖରେ ପାର୍ଲିଆମେଣ୍ଟ କମିଟି

ଆଗରେ ହାଜର ହୋଇ ରାଜ୍ୟର ଜେଲ୍ ରେ କଏଦୀ ମାନଙ୍କ ସୁରକ୍ଷା ନେଇ ତଥ୍ୟ ପ୍ରଦାନ କରିବା ପାଇଁ

ହୋଇଛି ଚିଠି ।

ସାଂସଦ ସୁଜିତ୍ କୁମାରଙ୍କ

ଅଭିଯୋଗ ଆଧାରରେ ପାର୍ଲିଆମେଣ୍ଟ କମିଟି ପକ୍ଷରୁ ଗୃହ ସଚିବ ଓ ଜେଲ ଡିଜି ସୁଶାନ୍ତ ନାଥଙ୍କୁ

ହୋଇଛି ନୋଟିସ । ଚୌଦ୍ଵାର ଜେଲରୁ ଦୁଇ ହାର୍ଡକୋର୍ କଏଦୀ ଫେରାର ଘଟଣାକୁ ନେଇ ପ୍ରଶ୍ନ ଉଠାଇଥିଲେ

ସାଂସଦ ସୁଜିତ୍ କୁମାର । ଏପରିକି କଏଦୀ ଫେରାର ପଛରେ ଜେଲ୍ ବିଭାଗର ହାତ ଥିବା ଦର୍ଶାଇବା ସହ ଏ

ନେଇ ତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ

। ଏହା ବ୍ୟତୀତ ଜେଲ୍ ବିଭାଗ ମୁଖ୍ୟ ତଥା ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ଚୌଦ୍ଵାର

ଥାନାରେ ଏକ ଏତଲା ମଧ୍ୟ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande