ରାଇକିଆ ବ୍ଲକରେ ବନ୍ୟା କ୍ଷତିଗ୍ରସ୍ତ ରାସ୍ତାର ସ୍ଥିତି ଅନୁଧ୍ୟାନ
ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ଗ୍ରାମ୍ୟ ଉନ୍ନୟନ ବିଭାଗର ଫୁଲବାଣୀ ଡିଭିଜନ୍ ଅନ୍ତର୍ଗତ ରାଇକିଆ ବ୍ଲକର ମାଣ୍ଡାସାରୁକୁ ସଂଯୋଗ କରୁଥିବା ବନ୍ୟା କ୍ଷତିଗ୍ରସ୍ତ ଗ୍ରାମ୍ୟ ରାସ୍ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟଯନ୍ତ୍ରୀ (ବିଲ୍ଡିଂ ଆଣ୍ଡ ବ୍ରିଜ୍) ଏବଂ ମୁଖ୍ୟ
ଅନୁଧ୍ୟାନ


ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ଗ୍ରାମ୍ୟ

ଉନ୍ନୟନ ବିଭାଗର ଫୁଲବାଣୀ ଡିଭିଜନ୍ ଅନ୍ତର୍ଗତ ରାଇକିଆ ବ୍ଲକର ମାଣ୍ଡାସାରୁକୁ ସଂଯୋଗ କରୁଥିବା

ବନ୍ୟା କ୍ଷତିଗ୍ରସ୍ତ ଗ୍ରାମ୍ୟ ରାସ୍ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟଯନ୍ତ୍ରୀ

(ବିଲ୍ଡିଂ ଆଣ୍ଡ ବ୍ରିଜ୍) ଏବଂ ମୁଖ୍ୟଯନ୍ତ୍ରୀ (ରାସ୍ତା)। ଏହି ଅନୁଧ୍ୟାନ ସମୟରେ ଫୁଲବାଣୀ

ଗ୍ରାମ୍ୟ ନିର୍ମାଣ ଡିଭିଜନର ଯନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ବନ୍ୟାଜଳ ହ୍ରାସ

ପାଇବା ପରେ ରାସ୍ତାର ଭାଙ୍ଗିଯାଇଥିବା ଅଂଶଗୁଡ଼ିକର ତୁରନ୍ତ ମରାମତି ଓ ପୁନରୁଦ୍ଧାର କରିବାକୁ

ସେମାନେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍ଥାୟୀ ପୁନରୁଦ୍ଧାର

ବ୍ୟବସ୍ଥା ସ୍ୱରୂପ ଏଠାରେ ଏକ ଛୋଟ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମଧ୍ୟ

କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande