ଆସାମରେ ବ୍ରେକ୍ ଫେଲ୍ ଯୋଗୁଁ କୋଲକାତା-ସାଇରଙ୍ଗ ଏକ୍ସପ୍ରେସ୍ର ପାଞ୍ଚଟି ବଗି ଓ ଇଞ୍ଜିନ୍ ଲାଇନଚ୍ୟୁତ
ଲୋକୋ ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଲା ବଡ଼ ରେଳ ଦୁର୍ଘଟଣା - ଶତାବ୍ଦୀ ଏକ୍ସପ୍ରେସ୍ ସହ ସମ୍ଭାବ୍ୟ ଧକ୍କାକୁ ଏଡ଼ାଇବା ପାଇଁ ଲୁପ୍ ଲାଇନ୍କୁ ମୋଡ଼ାଗଲା ଟ୍ରେନ୍ - ଗୋଟିଏ ରେଳ ଧାରଣାରେ ଚାଲୁଥିଲା କୋଲକାତା-ସାଇରଙ୍ଗ ଓ ଶତାବ୍ଦୀ ଏକ୍ସପ୍ରେସ୍ ଗୁଆହାଟୀ, ୧୧ ନଭେମ୍ବର (ହି.ସ.)। ଆସାମର
असमः डिगारू में दुर्घटनाग्रस्त ट्रेन का इंजन एवं लोको पायलट की तस्वीर।


- ଲୋକୋ ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଲା ବଡ଼ ରେଳ ଦୁର୍ଘଟଣା

- ଶତାବ୍ଦୀ ଏକ୍ସପ୍ରେସ୍ ସହ ସମ୍ଭାବ୍ୟ ଧକ୍କାକୁ ଏଡ଼ାଇବା ପାଇଁ ଲୁପ୍ ଲାଇନ୍କୁ ମୋଡ଼ାଗଲା ଟ୍ରେନ୍

- ଗୋଟିଏ ରେଳ ଧାରଣାରେ ଚାଲୁଥିଲା କୋଲକାତା-ସାଇରଙ୍ଗ ଓ ଶତାବ୍ଦୀ ଏକ୍ସପ୍ରେସ୍

ଗୁଆହାଟୀ, ୧୧ ନଭେମ୍ବର (ହି.ସ.)। ଆସାମର ରାଜଧାନୀ ଗୁଆହାଟୀର ଉପକଣ୍ଠ ଡିଗାରୁ ଅଞ୍ଚଳରେ ବୁଧବାର ସକାଳ ପ୍ରାୟ ୬ଟା ୪୫ ମିନିଟ୍ରେ ବ୍ରେକ୍ ଫେଲ୍ ହେବା କାରଣରୁ କୋଲକାତା-ସାଇରଙ୍ଗ ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ହୋଇଯାଇଛି। ଏହି ଦୁର୍ଘଟଣାରେ ଟ୍ରେନ୍ର ପାଞ୍ଚଟି ବଗି ଓ ଇଞ୍ଜିନ୍ ଲାଇନ୍ଚ୍ୟୁତ ହୋଇଛି। ଦୁର୍ଘଟଣାରେ କେତେକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଛି। ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ (ଏନ୍ଏଫ୍ଆର୍) ପକ୍ଷରୁ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଅନ୍ୟ ଏକ ଟ୍ରେନ୍ର ବ୍ୟବସ୍ଥା କରାଯାଇଛି।

ଏନ୍ଏଫ୍ଆର୍ ଅନୁଯାୟୀ, ଲୋକୋ ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଓ ତ୍ୱରିତ ନିଷ୍ପତ୍ତି ଯୋଗୁଁ ଏକ ବଡ଼ ରେଳ ଦୁର୍ଘଟଣା ଟଳିଯାଇଛି। ସୂଚନା ଅନୁଯାୟୀ, ଦୁର୍ଘଟଣାସ୍ଥଳରେ କୋଲକାତା-ସାଇରଙ୍ଗ ଏକ୍ସପ୍ରେସ୍କୁ ଅଟକିବା ପାଇଁ ସିଗ୍ନାଲ୍ ମିଳିଥିଲା। କାରଣ ସେହି ରେଳଧାରଣାରେ ସାମ୍ନା ପଟୁ ଶତାବ୍ଦୀ ଏକ୍ସପ୍ରେସ୍ ଆସୁଥିଲା। ଏହି ସମୟରେ କୋଲକାତା-ସାଇରଙ୍ଗ ଏକ୍ସପ୍ରେସ୍ର ବ୍ରେକ୍ କାମ କରିବା ବନ୍ଦ କରିଦେଇଥିଲା। ଲୋକୋ ପାଇଲଟ୍ ତୁରନ୍ତ ଏ ସମ୍ପର୍କରେ ରେଳବାଇ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ସ୍ଥିତିର ଗମ୍ଭୀରତାକୁ ଦେଖି ଟ୍ରେନ୍କୁ ଲୁପ୍ ଲାଇନ୍ ଆଡ଼କୁ ମୋଡ଼ିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇଯାଇଥିଲା।

ଏହି ଘଟଣା ମଧ୍ୟରେ ଲୋକୋ ପାଇଲଟ୍ଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି। ଏଥିରେ ସେ ଟ୍ରେନ୍ର ବ୍ରେକ୍ ସହ ଜରୁରୀକାଳୀନ ବ୍ରେକ୍ ମଧ୍ୟ କାମ କରୁନଥିବା କହୁଥିବା ଶୁଣିବାକୁ ମିଳୁଛି। ରେଳବାଇ ସୂତ୍ର ଅନୁଯାୟୀ, ଲୋକୋ ପାଇଲଟ୍ଙ୍କ ତତ୍ପରତା ଯୋଗୁଁ ଏକ ସମ୍ଭାବ୍ୟ ବଡ଼ ଦୁର୍ଘଟଣା ଟଳିଯାଇଛି। ଯଦି ଠିକ୍ ସମୟରେ ନିଷ୍ପତ୍ତି ନିଆଯାଇନଥାନ୍ତା, ତେବେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଥାନ୍ତା।

ଏହି ଦୁର୍ଘଟଣା ଏପରି ଏକ ସ୍ଥାନରେ ଘଟିଥିଲା, ଯେଉଁଠାରେ ଆଖପାଖରେ କୌଣସି ଜନବସତି ନଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସହାୟତା କରିଥିଲେ। ରେଳବାଇ ଓ ପୁଲିସ ପ୍ରଶାସନର ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ରେଳବାଇର ଯନ୍ତ୍ରୀ ଓ କର୍ମଚାରୀମାନେ କ୍ଷତିଗ୍ରସ୍ତ ରେଳଧାରଣା ଏବଂ ବିଦ୍ୟୁତ୍ ବ୍ୟବସ୍ଥାର ମରାମତି କରିବା ସହ ଲାଇନ୍ଚ୍ୟୁତ ବଗି ଓ ଇଞ୍ଜିନ୍କୁ ହଟାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ମହାପ୍ରବନ୍ଧକ, ଲାମଡିଙ୍ଗ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆର୍ଏମ୍)ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ।

ରେଳବାଇର ସୂଚନା ଅନୁଯାୟୀ, ଉଭୟ ଅପ୍ ଓ ଡାଉନ୍ ରେଳଧାରଣାରେ ଟ୍ରେନ୍ ଚଳାଚଳ ଧୀରେ ଧୀରେ ସ୍ୱାଭାବିକ କରାଯାଉଛି। ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଟ୍ରେନ୍ଗୁଡ଼ିକୁ ମଧ୍ୟ ପର୍ଯ୍ୟାୟକ୍ରମେ ଗନ୍ତବ୍ୟସ୍ଥଳକୁ ପଠାଯାଉଛି। ତେବେ ଦୁର୍ଘଟଣା ଯୋଗୁଁ କେତେକ ଲୋକାଲ୍ ଟ୍ରେନ୍ ବାତିଲ କରାଯାଇଥିବା ବେଳେ ଆଉ କେତେକ ଟ୍ରେନ୍ର ଚଳାଚଳକୁ ମଝି ରାସ୍ତା ପର୍ଯ୍ୟନ୍ତ ସୀମିତ ରଖାଯାଇଛି। ଶେଷ ସୂଚନା ମିଳିବା ସୁଦ୍ଧା ଉଦ୍ଧାର, ରିଲିଫ୍ ଓ ରେଳଧାରଣା ମରାମତି କାର୍ଯ୍ୟ ଜାରି ରହିଥିଲା।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande