କୁଲଗାମରେ ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଗୁଳିମାଡ଼, ଦୁଇ ଯବାନ ଆହତ
କୁଲଗାମ, ୧୧ ନଭେମ୍ବର (ହି.ସ.)। ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ବୁଧବାର ଅପରାହ୍ଣରେ ଏକ ଚେକ୍ପୋଷ୍ଟରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ଉପରେ ଅଜଣା ମୋଟରସାଇକେଲ ଆରୋହୀ ଆକ୍ରମଣକାରୀମାନେ ଗୁଳିମାଡ଼ କରିଛନ୍ତି। ଏହି ଘଟଣାରେ ଦୁଇଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ସିଆରପିଏଫ୍ ଅଧିକାରୀଙ୍କ ସୂ
କୁଲଗାମରେ ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଗୁଳିମାଡ଼, ଦୁଇ ଯବାନ ଆହତ


କୁଲଗାମ, ୧୧ ନଭେମ୍ବର (ହି.ସ.)। ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ବୁଧବାର ଅପରାହ୍ଣରେ ଏକ ଚେକ୍ପୋଷ୍ଟରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ଉପରେ ଅଜଣା ମୋଟରସାଇକେଲ ଆରୋହୀ ଆକ୍ରମଣକାରୀମାନେ ଗୁଳିମାଡ଼ କରିଛନ୍ତି। ଏହି ଘଟଣାରେ ଦୁଇଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି।

ସିଆରପିଏଫ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବୁଧବାର ଅପରାହ୍ଣ ପ୍ରାୟ ୨ଟା ୧୫ ମିନିଟ୍ରେ ଏହି ଘଟଣା ଘଟିଥିଲା। ଆକ୍ରମଣକାରୀମାନେ ସିଆରପିଏଫ୍ ଯବାନଙ୍କ ଉପରକୁ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଅନନ୍ତନାଗ ଜିଲ୍ଲାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande