
ଝାରସୁଗୁଡ଼ା, 11 ନଭେମ୍ବର (ହି.ସ.)
ସରକାରୀ ଯୋଜନାର ଲାଭ ଉଠାଇବାକୁ ଚାଷୀ ମାନଙ୍କୁ ବିଧାୟକଙ୍କ ଆହ୍ୱାନ
ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୬ ସ୍ଥାନୀୟ ମିନିଷ୍ଟାଡ଼ିୟମରେ ବୁଧୁବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏ ଉପଲକ୍ଷେ ଅନୁଷ୍ଠିତ ସଭାରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଟଙ୍କଧର ତ୍ରିପାଠୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ପାଇଁ ଥିବା ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ସମସ୍ତ କୃଷକ ମାନଙ୍କୁ ଆହ୍ୱାନ ଦେଇଥିଲେ l ଧାନ ଚାଷ ବ୍ୟତୀତ ମାଛ, ଗାଈ,ଛେଳି, ମେଣ୍ଢା, ଘୁଷୁରି, କୁକୁଡ଼ା ଇତ୍ୟାଦି ଆଧୁନିକ ପ୍ରଣାଳୀରେ ପାଳନ କରି ଚାଷୀ ମାନେ ସ୍ୱାବଲମ୍ବୀ ହୋଇ ପାରିବେ l ଏସବୁ ପାଳନ ପାଇଁ ରାଜ୍ୟର ମୋହନ ମାଝୀ ସରକାରଙ୍କ ପକ୍ଷରୁ ଅନେକ ରିହାତି ଯୋଜନା ସବୁ ସରକାରୀ ସ୍ତରରେ ଚାଲୁ ରହିଛି ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ l ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅରବିନ୍ଦ ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ସମ୍ବଲପୁର ଜୋନ ମତ୍ସ୍ୟ ବିଭାଗ ଉପନିର୍ଦ୍ଦେଶକ ଜ୍ଞାନରଞ୍ଜନ ସାମଲ ମୂଖ୍ୟବକ୍ତା ଭାବରେ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନା ବିଷୟରେ ବର୍ଣ୍ଣନା କରିଥିଲେ l
ଏହି ସଭାରେ ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ, ଜିଲ୍ଲାପରିଷଦ ସଭ୍ୟ ନୃପଲାଳ ପଶାୟତ, ବିଡ଼ିଓ ଅଭିନାଶ ଲାକ୍ରା, ଅବସରପ୍ରାପ୍ତ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଭୀଷ୍ମ ଚନ୍ଦ୍ର ନାଏକ, କୋଲାବିରା ଭାରପ୍ରାପ୍ତ ସରପଞ୍ଚ ଅଞ୍ଜଳି ବାଗ, ଝିର୍ଲାପାଲି ସରପଞ୍ଚ ତିଳୋତ୍ତମା ଛଛାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ଏ ଅବସରରେ ଶିରିଆପାଲି ର ଘୁଷୁରି ଚାଷୀ ଦେବ ମାଝୀ, ସମାସିଂହା ର ଗାଈ ଚାଷୀ ଅଭିନ ସାହୁ ଏବଂ ପୋଖରାସାହ୍ଲେ ର ମାଛ ଚାଷୀ ମଞ୍ଜୁଲତା ପଟେଲ ଓ ରଘୁନାଥପାଲି ର ମାଛ ଚାଷୀ ରାଜୁ ସରାଫ ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା l ଏହାସହ ଦୁଇ ଜଣ ପ୍ରାଣୀ ପାଳକ କୁଲିହାମାଲ ର ପରମାନନ୍ଦ କିସାନ ଓ ବଡ଼ବାହାଲ ର ଚୂଡ଼ାମଣି କିସାନ ଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା l ଠିକ ଏହିପରି ମତ୍ସ୍ୟ ଓ ପ୍ରାଣୀ ଚାଷୀ ଏସ ପଣ୍ଡକିମାଲ ର ମନବୋଧ କିସାନ, ପାଇକପଡ଼ା ର ବିବେକାନନ୍ଦ ଅମାତ, ସନ୍ୟାସୀପଳି ର ଲିଙ୍ଗରାଜ ବାଗ ଓ ଲରିଆପାଲି ର ସୁମିତ୍ରା କିସାନ ଙ୍କୁ ସହାୟତା ରାଶି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l
ଡ଼ାଃ. ସୁଧାଂଶୁ ଶେଖର ପଟେଲ, କୋଲାବିରା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ କୋଲାବିରା ଡ଼ା ସୁଧାଂଶୁ ଶେଖର ପଟେଲ ସ୍ୱାଗତ ଭାଷଣ ଦେଇଥିଲେ l ଶେଷରେ
କୋଲାବିରା ସହକାରୀ ମତ୍ସ୍ୟ ଅଧିକାରୀ ସୌମ୍ୟଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l ଏ ଅବସରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ର ୨ଟି, ମତ୍ସ୍ୟ ବିଭାଗର ୩ଟି, ମିଶନ ଶକ୍ତି ବିଭାଗର ୨ଟି, କୃଷି ବିଭାଗର ୧ଟି, ସେୱା ଅନୁଷ୍ଠାନ ର ୧ଟି ଓମଫେଡ ପକ୍ଷରୁ ୧ଟି ଓ ବିଏଆଇଏଫ ର ଗୋଟିଏ ପ୍ରଦର୍ଶନୀ ମେଳା ପ୍ରଦର୍ଶନ କରାଯାଇଥିଲା l ଚାଷୀମାନଙ୍କ ଆର୍ଥିକ ଉନ୍ନତି ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ର ଅଭିବୃଦ୍ଧି ନିମନ୍ତେ ଏହି ମେଳା ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି କାର୍ଯକ୍ରମରେ ବ୍ଳକର ୯ ଟି ପଞ୍ଚାୟତରୁ ୨୫୦ ରୁ ଉର୍ଦ୍ଧ୍ବ ମତ୍ସ୍ୟ ଚାଷୀ ଓ ପଶୁପାଳକ ଯୋଗଦେଇଥିଲେ l ଏହି ଅବସରରେ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ଡ଼ା. ଅରବିନ୍ଦ ଜେନା, ଡା.ଭଗବତୀ ପ୍ରସାଦ ଦାସ, ଡା ପ୍ରଦୀପ କୁମାର ଚୌଧୁରୀ ପ୍ରମୁଖ ଅତିରିକ୍ତ ଜିଲ୍ଲା ପ୍ରାଣିସମ୍ପଦର ଅଧିକାରୀମାନେ ମଞ୍ଚ ସମ୍ମୁଖରେ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆୟୋଜନ କରିବାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ର ଡ଼ା. ଶରତ ଚନ୍ଦ୍ର ସାହୁ ,ଡା. ରଶ୍ମୀରଞ୍ଜନ ମହାପାତ୍ର, ଡା. ଅଦ୍ୟାଶ୍ରୀ ରାୟଗୁରୁ, ଲକ୍ଷ୍ମଣ ପୂଜାରୀ, ସୁରେନ୍ଦ୍ର ସାହୁ, ପ୍ରଦୀପ କୁମାର ସାହୁ, କରୁଣାକର ମହାନନ୍ଦ, ସୁମନ ନାଏକ, ଆୟୁଷ ନାଏକ, ଶିବନାରାୟନ ସାହୁ, ଡମ୍ବରୁଧର ପୂଜାରୀ ଓ ଅନ୍ୟାନ୍ୟ କର୍ମଚାରୀ ସହାୟତା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ