ଜନ୍ମମାଟିର ଡାକରେ ପୁଣି ଫେରିଲେ ଡାକ୍ତର ହରପ୍ରସାଦ: ଆରମ୍ଭ କରିବେ ସ୍ୱାସ୍ଥ୍ୟ ସେବାର ଦ୍ୱିତୀୟ ଅଧ୍ୟାୟ
ଜୟପୁର, 11 ନଭେମ୍ବର (ହି.ସ.) ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ପୁଣି ନିଜ କର୍ମକ୍ଷେତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବୋରିଗୁମ୍ମା କୁ ଫେରିଛନ୍ତି ଡାକ୍ତର ହରପ୍ରସାଦ ପାଣିଗ୍ରାହୀ। ବ୍ରହ୍ମପୁର ମେଡିକାଲ କଲେଜରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ସେ ପୁଣି ଥରେ ବୋରିଗୁମ୍ମା ସ୍ୱାସ୍ଥ୍ୟକେ
ଜନ୍ମମାଟି ର ଡାକରେ ପୁଣି ଫେରିଲେ ଡାକ୍ତର ହରପ୍ରସାଦ: ଆରମ୍ଭ କରିବେ ସ୍ୱାସ୍ଥ୍ୟ ସେବାର ଦ୍ୱିତୀୟ ଅଧ୍ୟାୟ


ଜୟପୁର, 11 ନଭେମ୍ବର (ହି.ସ.) ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ପୁଣି ନିଜ କର୍ମକ୍ଷେତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବୋରିଗୁମ୍ମା କୁ ଫେରିଛନ୍ତି ଡାକ୍ତର ହରପ୍ରସାଦ ପାଣିଗ୍ରାହୀ। ବ୍ରହ୍ମପୁର ମେଡିକାଲ କଲେଜରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ସେ ପୁଣି ଥରେ ବୋରିଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ର ରେ ନିଜର ଚିକିତ୍ସା ସେବା ଆରମ୍ଭ କରିବାକୁ ଫେରିଛନ୍ତି। ଏଠାରେ ନିଜ କର୍ମମୟ ଜୀବନର ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କରିବେ ବୋଲି ସେ ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଡାକ୍ତର ପାଣିଗ୍ରାହୀ ୨୦୨୧ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିଲେ। ସେହି ସମୟରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ଡମତୁରୁଞ୍ଜି ଅଞ୍ଚଳରେ ବ୍ୟାପିଥିବା ଝାଡ଼ାବାନ୍ତି ମହାମାରୀର ମୁକାବିଲା ଓ ସୁପରିଚାଳନା ରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଥିଲା। ତାଙ୍କର ନିଷ୍ଠା, ଦକ୍ଷତା ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ସେ ଜିଲ୍ଲାସ୍ତରରେ ମଧ୍ୟ ବେଶ୍ ପ୍ରଶଂସିତ ହୋଇଥିଲେ। ବୋରିଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟ କରିବାର ଅନୁଭୂତି ତାଙ୍କ ପାଇଁ ସବୁବେଳେ ନିଆରା ଓ ସ୍ମରଣୀୟ ହୋଇ ରହିଥିବାରୁ ନିଜ ଜନ୍ମମାଟି କୋରାପୁଟ ଜିଲ୍ଲାର ବୋରିଗୁମ୍ମା କୁ ପୁଣି ଫେରିବା ତାଙ୍କ ପାଇଁ ଏକ ଆନନ୍ଦର ବିଷୟ ହୋଇଛି। ତାଙ୍କର ଏହି ପ୍ରତ୍ୟାବର୍ତ୍ତନ ଦ୍ୱାରା ଅଞ୍ଚଳବାସୀଙ୍କୁ ଉନ୍ନତ ଓ ଗୁଣାତ୍ମକ ଚିକିତ୍ସା ସେବା ମିଳିବା ସହ ବୋରିଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରର ସେବା କ୍ଷେତ୍ରରେ ନୂତନ ଉତ୍ସାହ ସୃଷ୍ଟି ହେବ ବୋଲି ଆଶା ପ୍ରକାଶ ପାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande