
ଗଞାମ, 11 ନଭେମ୍ବର (ହି.ସ.) ଘଟିଯାଇଥିବା ଅର୍ଣ୍ଣଵ ଵାତ୍ୟାରେ ଶେରଗଡ ବ୍ଲକର ପିତଳ ଅଞ୍ଚଳର କେତେକଙ୍କଘର ଭାଙ୍ଗି ରୁଜି ନଷ୍ଟ ଅବସ୍ଥାରେ ପହଞ୍ଚିଛି। ଏହି ଭଙ୍ଗା ରୁଜା ଘରେ ଲୋକେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛନ୍ତି।ଏହି ଘରେ ରହୁଥିବା ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ରହିଛି। ଏହି ବିପଦପୂର୍ଣ୍ଣ ଘରଗୁଡିକୁ ସରକାରୀ ସହାୟତା ମିଳିବା ପାଇଁ ରାଜସ୍ୱ କର୍ମଚାରୀ ମାନେ ଘର ଘର ବୁଲି ସର୍ଭେ ଵେଳେ ଉଲ୍ଲେଖ କରିନାହାଁନ୍ତି। ଏଣୁ ସ୍ଥାନୀୟ ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଶେରଗଡ ତହସିଲଦାର ବିଡିଓ ଓ ଗଞ୍ଜାମ ଜିଲ୍ଲାପାଳ ଘଟଣାର ତଦନ୍ତ କରି ବାତ୍ୟାରେ କ୍ଷତି ଘଟିଥିବା ଗୃହର ମରାମତି ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ଶେରଗଡ଼ ତହସିଲଦାରଙ୍କ ନିକଟରେ ଏ ସମ୍ପର୍କରେ ଅଭିଯୋଗ ହୋଇଛି। ବାତ୍ୟା ଘଟି ଏମଧ୍ୟରେ ୧୫ଦିନ ଵିତି ଯାଇଥିଲେ ମଧ୍ୟ ସରକାରଙ୍କ ଆର୍ଥିକ ସହାୟତା ଓ ଚାଉଳ ଏପର୍ଯ୍ୟନ୍ତ ଏହି ଅଞ୍ଚଳର ଲୋକଙ୍କୁ ମିଳିନଥିବା ମଧ୍ୟ ଅଭିଯୋଗ ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ