ଖୋର୍ଦ୍ଧାରେ ନୂତନ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଭାବେ କୈଳାସ ଚନ୍ଦ୍ର ଦାସଙ୍କ ଯୋଗଦାନ
ଖୋର୍ଦ୍ଧା, 11 ନଭେମ୍ବର (ହି.ସ.) ଖୋର୍ଦ୍ଧା ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଭାବେ କୈଳାସ ଚନ୍ଦ୍ର ଦାସ ଯୋଗଦାନ କରି ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନ ଙ୍କ ଠାରୁ ଦାୟିତ୍ଵ ଭାର ଗ୍ରହଣ କରିଛନ୍ତି l ଶ୍ରୀ ଦାସ ଓଡ଼ିଶା ପ୍ରଶାସନିକ ସେବାର ଜଣେ ଦକ୍ଷ ପ୍ରଶ
Adm


ଖୋର୍ଦ୍ଧା, 11 ନଭେମ୍ବର (ହି.ସ.) ଖୋର୍ଦ୍ଧା ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଭାବେ କୈଳାସ ଚନ୍ଦ୍ର ଦାସ ଯୋଗଦାନ କରି ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନ ଙ୍କ ଠାରୁ ଦାୟିତ୍ଵ ଭାର ଗ୍ରହଣ କରିଛନ୍ତି l ଶ୍ରୀ ଦାସ ଓଡ଼ିଶା ପ୍ରଶାସନିକ ସେବାର ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କର ବେଶ୍ ସୁନାମ ରହିଛି l ଓଡ଼ିଶା ପ୍ରଶାସନିକ ସେବାରେ ଶିକ୍ଷା ବିଭାଗ, ରାଜସ୍ବ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ସଦର ମହକୁମା ଠାରେ ଦାୟିତ୍ଵ ନିର୍ବାହ କରି ଖୁବ୍ ପ୍ରଶଂସିତ ହୋଇଛନ୍ତି l ନୂତନ ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ଦାସ ଏହା ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମରେ ଅତିରିକ୍ତ ଆୟୁକ୍ତ ଭାବେ ନିଯୁକ୍ତି ପାଇ ଦକ୍ଷତାର ସହ କାର୍ଯ୍ୟ କରି ଆସୁଥିଲେ l କୈଳାସ ଚନ୍ଦ୍ର ଦାସ,ଓ ପ୍ର ସେ(ଏସ. ଏ. ଜି) ଖୋର୍ଦ୍ଧା ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଭାବେ ଯୋଗଦାନ କଲାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ତଥା ସମସ୍ତ କର୍ମଚାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande