ବିଶ୍ୱ ନିମୋନିଆ ଦିବସରେ ଜନସଚେତନତାର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୨ ନଭେମ୍ବର (ହି.ସ) : ବିଶ୍ୱ ନିମୋନିଆ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିମୋନିଆ ରୋଗର ଲକ୍ଷଣ, ନିରାକରଣ ଓ ସମୟୋଚିତ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଟ
ନିମୋନିଆ


ଭୁବନେଶ୍ୱର, ୧୨

ନଭେମ୍ବର (ହି.ସ) : ବିଶ୍ୱ ନିମୋନିଆ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିମୋନିଆ

ରୋଗର ଲକ୍ଷଣ, ନିରାକରଣ ଓ ସମୟୋଚିତ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି

କରିବାକୁ ଆହ୍ୱାନ ଦେଇଛନ୍ତି।

ଏହି ଅବସରରେ ସେ କହିଛନ୍ତି

ଯେ, ଟିକାକରଣ, ଉପଯୁକ୍ତ

ପୁଷ୍ଟିସାଧନ ଏବଂ ସମସ୍ତଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରି ନିମୋନିଆର ମୁକାବିଲା

କରାଯାଇପାରିବ। ଏକ ସୁସ୍ଥ ଓ ସୁରକ୍ଷିତ ଓଡ଼ିଶା ଗଠନ ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ

କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande