
ଭୁବନେଶ୍ୱର , 12 ନଭେମ୍ବର (ହି.ସ.)ସଙ୍ଗୀତ ସୁଧାକର
ବାଳକୃଷ୍ଣ ଦାଶଙ୍କ ତିରୋଧାନ ଦିବସରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
। ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଓଡ଼ିଆ
ସଙ୍ଗୀତର କିମ୍ବଦନ୍ତୀ, ସଙ୍ଗୀତ
ସୁଧାକର ବାଳକୃଷ୍ଣ ଦାଶଙ୍କ ତିରୋଧାନ ଦିବସ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ
ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି। ତାଙ୍କ କଣ୍ଠର ଯାଦୁକରୀ ସ୍ପର୍ଶରେ ଶ୍ଳୋକ, ଭଜନ, ଓଡ଼ିଶୀ
ଓ ଚଳଚ୍ଚିତ୍ର ସଙ୍ଗୀତ ହୋଇଥିଲା ମନ୍ତ୍ରମୁଗ୍ଧ। ଓଡ଼ିଶୀ ସଙ୍ଗୀତକୁ ସେ ଦେଇଥିବା ଅଦ୍ୱିତୀୟ
ମାର୍ଗ ଏବଂ ତାଙ୍କର ଅମର ସ୍ବର ଆଜି ମଧ୍ୟ ସଙ୍ଗୀତପ୍ରେମୀଙ୍କ ହୃଦୟରେ ସ୍ବର୍ଣ୍ଣାକ୍ଷରରେ
ଲିପିବଦ୍ଧ ହୋଇ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା