ଚାନ୍ଦବାଲି ମହାବିଦ୍ୟାଳୟର ପ୍ରଥମ ବ୍ୟାଚ୍ର ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ
ଭଦ୍ରକ, ୧୩ ନଭେମ୍ବର (ହି.ସ.) - ଚାନ୍ଦବାଲି ଏନ୍ଏସି ଅନ୍ତର୍ଗତ କୈରବ ହୋଟେଲ ସଭାଗୃହରେ ଶୁକ୍ରବାର ଚାନ୍ଦବାଲି ମହାବିଦ୍ୟାଳୟର ପ୍ରଥମ ବ୍ୟାଚ୍ର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୩୦ରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ମହାବିଦ
CHANDBALI COLLEGE BANDHUMILAN BAITHAK


ଭଦ୍ରକ, ୧୩ ନଭେମ୍ବର (ହି.ସ.) - ଚାନ୍ଦବାଲି ଏନ୍ଏସି ଅନ୍ତର୍ଗତ କୈରବ ହୋଟେଲ ସଭାଗୃହରେ ଶୁକ୍ରବାର ଚାନ୍ଦବାଲି ମହାବିଦ୍ୟାଳୟର ପ୍ରଥମ ବ୍ୟାଚ୍ର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୩୦ରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ମହାବିଦ୍ୟାଳୟର ୪୭ ବର୍ଷର ଗୌରବମୟ ଯାତ୍ରା ଓ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ। ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆୟୋଜନ ପାଇଁ ଏକ କମିଟି ଗଠନ କରାଯାଇଛି। ଡ. ବ୍ରଜକିଶୋର ନାୟକଙ୍କୁ ସଭାପତି, ପ୍ରଭାକର ବିଶ୍ୱାଳଙ୍କୁ ସାଙ୍ଗଠନିକ ସଭାପତି, ଅନନ୍ତ ଚରଣ ସେଠୀଙ୍କୁ ସମ୍ପାଦକ, ଶିବ କୁମାର ଖଣ୍ଡେଲୱାଲଙ୍କୁ କୋଷାଧ୍ୟକ୍ଷ, ପ୍ରଫୁଲ୍ଲ କୁମାର ସାହୁଙ୍କୁ ସହକୋଷାଧ୍ୟକ୍ଷ, ସ୍ମୃତିରେଖା ରାୟଙ୍କୁ ଉପସଭାପତି ଓ ପ୍ରଫୁଲ୍ଲ କୁମାର ବିଶ୍ୱାଳଙ୍କୁ ସହସମ୍ପାଦକ ଭାବେ ମନୋନୀତ କରାଯାଇଛି। ସେହିପରି ଅଶୋକ କୁମାର ସାହୁ, ରାଜେନ୍ଦ୍ର କୁମାର ବିଶ୍ୱାଳ ଓ ସୁକାନ୍ତ କୁମାର ନାୟକଙ୍କୁ ଉପଦେଷ୍ଟା ଭାବେ ରଖାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande