ଭାରତୀୟ ସେନା ଦଳ ‘ମିତ୍ର ଶକ୍ତି’ ସାମରିକ ଅଭ୍ୟାସରେ ଭାଗ ନେବାକୁ ଶ୍ରୀଲଙ୍କା ଗସ୍ତ
ଏହି ସାମରିକ ଅଭ୍ୟାସ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଆହୁରି କରିବ ମଜଭୁତ ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.) - ଭାରତୀୟ ସେନାର ୧୭୦ ଜଣିଆ ଦଳ ଶୁକ୍ରବାର ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଛି। ଏହି ସାମରିକ ଦଳ ମିଳିତ ସାମରିକ ଅଭ୍ୟାସ ‘ମିତ୍ର ଶକ୍ତି’ର ଦ୍ୱାଦଶ ସଂସ୍କରଣରେ ଭାଗ
अभ्यास 'मित्र शक्ति' में हिस्सा लेने के लिए श्रीलंका रवाना होने वाला भारतीय सैन्य दल


ଏହି ସାମରିକ ଅଭ୍ୟାସ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଆହୁରି କରିବ ମଜଭୁତ

ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.) - ଭାରତୀୟ ସେନାର ୧୭୦ ଜଣିଆ ଦଳ ଶୁକ୍ରବାର ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଛି। ଏହି ସାମରିକ ଦଳ ମିଳିତ ସାମରିକ ଅଭ୍ୟାସ ‘ମିତ୍ର ଶକ୍ତି’ର ଦ୍ୱାଦଶ ସଂସ୍କରଣରେ ଭାଗ ନେବ। ଶ୍ରୀଲଙ୍କାର ମଦୁରୁ ଓୟାସ୍ଥିତ ଆର୍ମି ଟ୍ରେନିଂ ସ୍କୁଲରେ ନଭେମ୍ବର ୧୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ଅଭ୍ୟାସ ଅନୁଷ୍ଠିତ ହେବ। ଭାରତୀୟ ଦଳରେ ରାଜପୁତାନା ରାଇଫଲ୍ସର ଏକ ବାଟାଲିୟନ, ଅନ୍ୟ ସେନା ବାହିନୀର ଯବାନ ଏବଂ ବାୟୁସେନାର କର୍ମଚାରୀ ସାମିଲ ଅଛନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ମିଳିତ ଜାତିସଂଘର ଆଦେଶ ଅନୁସାରେ ଅର୍ଦ୍ଧ-ସହରାଂଚଳ ପରିବେଶରେ ଆତଙ୍କବାଦ ବିରୋଧୀ ଅଭିଯାନ ପରିଚାଳନା କରିବା ଲାଗି ଉଭୟ ଦେଶର ସେନାର ମିଳିତ ସାମରିକ କ୍ଷମତା ବୃଦ୍ଧି କରିବା ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ। ‘ମିତ୍ର ଶକ୍ତି’ ଏକ ବାର୍ଷିକ ଦ୍ୱିପାକ୍ଷିକ ସାମରିକ ଅଭ୍ୟାସ। ଏହା ଭାରତ ଓ ଶ୍ରୀଲଙ୍କାରେ ପାଳିକରି ଆୟୋଜିତ ହୋଇଥାଏ। ଏହି ଅଭ୍ୟାସ ଉଭୟ ଦେଶର ସେନାକୁ ପରସ୍ପର ମଧ୍ୟରେ ସମନ୍ୱୟ ଓ କାର୍ଯ୍ୟକ୍ଷମତା ବୃଦ୍ଧି, ଅଭିଯାନ ସମ୍ପର୍କିତ ଅଭିଜ୍ଞତା ଆଦାନପ୍ରଦାନ ଏବଂ ଆତଙ୍କବାଦ ବିରୋଧୀ ଅଭିଯାନରେ ଉତମ ପଦ୍ଧତି ବାଂଟିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ଯୋଗାଇଥାଏ। ଏହା ସହିତ ଉଭୟ ସେନା ମଧ୍ୟରେ ପାରସ୍ପରିକ ବୁଝାମଣା ଓ ବୃତିଗତ ବନ୍ଧୁତ୍ୱକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ।

ଏହି ସାମରିକ ଅଭ୍ୟାସରେ ଶାରୀରିକ ଫିଟନେସ୍ ବୃଦ୍ଧି, କୌଶଳଗତ ଅଭ୍ୟାସରେ ଉନ୍ନତି ଏବଂ ଅଂଶଗ୍ରହଣକାରୀ ସେନା ଦଳଗୁଡ଼ିକ ମଧ୍ୟରେ ସମନ୍ୱୟ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମିଳିତ ଯୋଜନା ପ୍ରସ୍ତୁତି, କୌଶଳଗତ ଅଭିଯାନର ଅଭ୍ୟାସ, ରାସ୍ତା ଅବରୋଧ ଅଭିଯାନ, ସହରାଂଚଳରେ ପାଟ୍ରୋଲିଂ, ଯାନବାହନ କାଫିଲାର ସୁରକ୍ଷା, ଅଂଚଳରେ ଛକି ରହି ଆକ୍ରମଣ, ଭିଡ଼ ନିୟନ୍ତ୍ରଣ ଏବଂ ଦୁର୍ଗ ସଦୃଶ ସୁରକ୍ଷିତ ସ୍ଥାନ ବିରୋଧରେ ମିଳିତ ସାମରିକ ଅଭିଯାନ ସମେତ ବିଭିନ୍ନ ଯୁଦ୍ଧକୌଶଳ ସାମିଲ ରହିବ। ଏହି ଅଭ୍ୟାସ ଏକ ବ୍ୟାପକ ମୂଲ୍ୟାଙ୍କନମୂଳକ ଅଭ୍ୟାସ ସହ ଶେଷ ହେବ। ଏହା ମାଧ୍ୟମରେ ଉଭୟ ସେନା ଦଳ ପ୍ରଶିକ୍ଷଣ ସମୟରେ ଅଭ୍ୟାସ କରିଥିବା କୌଶଳ, ପ୍ରଣାଳୀ ଓ ପ୍ରକ୍ରିୟାକୁ ମିଳିତ ଭାବେ ପ୍ରୟୋଗ କରିପାରିବେ।

‘ମିତ୍ର ଶକ୍ତି’ ସାମରିକ ଅଭ୍ୟାସ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଆହୁରି ମଜଭୁତ କରିବ। ଏହା ଦୁଇ ଦେଶ ମଧ୍ୟରେ ରହିଥିବା ଦୀର୍ଘଦିନର ବନ୍ଧୁତ୍ୱ ଓ ପାରସ୍ପରିକ ବିଶ୍ୱାସର ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ଅଂଚଳରେ ଶାନ୍ତି, ସ୍ଥିରତା ଓ ସୁରକ୍ଷା ପ୍ରତିଷ୍ଠାରେ ଅବଦାନ ରଖିବ।

-----------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande