(ଅପଡେଟ୍ )କାଜିରଙ୍ଗା ସଡ଼କ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୩କୁ ବୃଦ୍ଧି, ଟ୍ରାଭେର୍ଲ ଚାଳକ ଓ ହେଲପରଙ୍କ ମଧ୍ୟ ମୃତ୍ୟୁ
ଗୁରୁତର ଆହତ ୭ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ପଠାଗଲା ଜୋରହାଟ ମେଡିକାଲ କଲେଜକୁ - ଟ୍ରାଭେର୍ଲରେ ୩୫ ଜଣ ଯାତ୍ରୀ ଥିଲେ, ଟ୍ରକ୍ ଚାଳକ ପୁଲିସ ହେପାଜତରେ କାଜିରଙ୍ଗା (ଆସାମ), ୧୩ ନଭେମ୍ବର (ହି.ସ.)- ଆସାମର କାଜିରଙ୍ଗା ଅନ୍ତର୍ଗତ ରଙ୍ଗାଜାନଠାରେ ଟ୍ରକ୍ ଏବଂ ଯାତ୍ରୀବାହୀ ଟ୍ରାଭେର୍ଲ ମଧ୍ୟରେ
असम के काजीरंगा में ट्रक और ट्रैवलर की आमनेसामने टक्कर के बाद क्षतिग्रस्त ट्रैवलर की तस्वीर।


- ଗୁରୁତର ଆହତ ୭ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ପଠାଗଲା ଜୋରହାଟ ମେଡିକାଲ କଲେଜକୁ

- ଟ୍ରାଭେର୍ଲରେ ୩୫ ଜଣ ଯାତ୍ରୀ ଥିଲେ, ଟ୍ରକ୍ ଚାଳକ ପୁଲିସ ହେପାଜତରେ

କାଜିରଙ୍ଗା (ଆସାମ), ୧୩ ନଭେମ୍ବର (ହି.ସ.)- ଆସାମର କାଜିରଙ୍ଗା ଅନ୍ତର୍ଗତ ରଙ୍ଗାଜାନଠାରେ ଟ୍ରକ୍ ଏବଂ ଯାତ୍ରୀବାହୀ ଟ୍ରାଭେର୍ଲ ମଧ୍ୟରେ ହୋଇଥିବା ମୁହାଁମୁହିଁ ଧକ୍କାରେ ମୃତକଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। କୋହୋରା ହସ୍ପିଟାଲର ମେଡିକାଲ ଅଫିସର ଏହାକୁ ସ୍ପଷ୍ଟ କରିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୭ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜୋରହାଟ ମେଡିକାଲ କଲେଜ ଓ ହସ୍ପିଟାଲ (ଜେଏମ୍ସିଏଚ୍)କୁ ପଠାଯାଇଛି।

ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଟ୍ରାଭେର୍ଲର ଚାଳକ ମାଜିଦ ଏବଂ ହେଲପର ସୁଭାଷଙ୍କର ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଉଭୟ ନଗାଁ ଜିଲ୍ଲାର କେଚୁଆଲି ଅଂଚଳର ବାସିନ୍ଦା ଥିଲେ। ଟ୍ରାଭେର୍ଲରେ ମୋଟ ୩୫ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ଆହତ ଟ୍ରକ୍ ଚାଳକଙ୍କୁ ପୁଲିସ ହେପାଜତକୁ ନେଇଛି। ତାଙ୍କ ହାତରେ ଆଘାତ ଲାଗିଛି।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୮ ଜଣଙ୍କ ମୃତଦେହ ବୋକାଖାତ ହସ୍ପିଟାଲରେ ରଖାଯାଇଛି। ଅନ୍ୟ ମୃତଦେହଗୁଡ଼ିକୁ କୋହୋରା ହସ୍ପିଟାଲରେ ରଖାଯାଇଛି।

ଦୁର୍ଘଟଣାର ଭୟାବହତାକୁ ଦେଖି ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆସାମ ସରକାରଙ୍କ ମନ୍ତ୍ରୀ ଅତୁଲ ବୋରା ଏବଂ ପୁଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ସ୍ଥିତିର ସମୀକ୍ଷା କରିଥିଲେ। ଗଣମାଧ୍ୟମ ସହ ଆଲୋଚନା ବେଳେ ମନ୍ତ୍ରୀ ବୋରା ଏହି ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

---------------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande