
Bhubaneswar, 16 ନଭେମ୍ବର (ହି.ସ.)
ପୁଣି ସେହି ଶ୍ରାବଣରେ ଅନେକ ମେଘର ଆୟୋଜନ, ଏଇ ପ୍ରୀତି ଫୁଲ ଝରା ପଥେ, ଚୁପି ଚୁପି ଗୋରୀ କାନେ କହି ଯାଏ ମହୁରୀ, ଫୁଲ ରସିଆରେ ମନ ମୋର ଛୁଇଁ ଛୁଇଁ ଯା ଯା, ଧିରେ ଧିରେ ଚଳେ ରାଇ, ରୂପ ହୋଇଥି ଲାବଣ୍ୟବତୀ ଭଳି ବହୁ ମନଛୁଆ ପୁରୁଣା ଓଡିଆ ଗୀତ ପରିବେଷଣ କରି କଣ୍ଠଶିଳ୍ପୀ ମାନେ ଶ୍ରୋତାମାନଙ୍କୁ ବିମୁଗ୍ଧ କରିଦେଇଥିଲେ । ଅବସରଟି ଥିଲା ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ‘‘ପରିକ୍ରମା’’ ପକ୍ଷରୁ ଜୟଦେବ ଭବନ ଠାରେ ଆୟୋଜିତ ପ୍ରତଯଶା ଗୀତିକବି ଜିତେନ୍ଦ୍ର ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ ସମାରୋହ ଓ ପ୍ରଣାମ ! ପ୍ରଥୀତଯଶା, ପ୍ରାତଃ ସ୍ମରଣୀୟ ପ୍ରଭା, ଶତ ଶତ ନମନ୍ । ଏଇ ଅବସରରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସୌରଭ ନାୟକ, ଯଶସ୍ୱୀ ଗୀତିକାର ବିଜୟ ମଲ୍ଲ, ସଙ୍ଗୀତ ନିଦେ୍ର୍ଦଶକ ପ୍ରବୋଧ ମିଶ୍ର, ଚଳଚିତ୍ର ନିଦେ୍ର୍ଦଶକ ସୁଧାଂଶୁ ମୋହନ ସାହୁ, ସାରସ୍ୱତ ସାଧକ ଇଂ ଅଜୟ ମହାପାତ୍ର ଓ ବିଶିଷ୍ଟ ନାଟ୍ୟକାର ଓ ନିଦେ୍ର୍ଦଶକ କେଶରଞ୍ଜନ ପ୍ରଧାନଙ୍କୁ ୧୧ତମ ଗୀତି କବି ଜିତେନ୍ଦ୍ର ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି । ପ୍ରତିଭାମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ସ୍ମୃତି ଚିହ୍ନ, ମାନପତ୍ର ପ୍ରଦାନ କରି ଅତିଥିବୃନ୍ଦ ସମ୍ମାନିତ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଦ୍ୟାଳୟ ସ୍ତରୀୟ କଣ୍ଠ ସଙ୍ଗୀତ ପ୍ରତିଯୋଗିତାର କୃତି ବିଜେତାଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ବରେଣ୍ୟ ଅତିଥି ଭାବରେ ଖଣ୍ଡପଡା ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦୁଷ୍ମନ୍ତ ସ୍ୱାଇଁ, କିମସ୍ର ନିଦେ୍ର୍ଦଶକ ଡା. ନିରଞ୍ଜନ ମିଶ୍ର, ବୟନିକାର ସଭାପତି ପ୍ରକାଶ ମେହେର, ପୂର୍ବତନ ସୂଚନା କମିଶନର ଦିଲ୍ଲିପ ବିଶୋୟୀ, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, ସମାଜସେବୀ ଇଂ ପ୍ରସନ୍ନ ସାହୁ, ନବାଗତ ନାୟିକା ମନସ୍ୱିନୀ ଶତପଥୀ, ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ରଭାନୁ ମହାନ୍ତି ଯୋଗ ଦେଇଥିବାବେଳେ ପରିକ୍ରମାର ସଂପାଦକ ତଥା ସମାଜସେବୀ ସୁବାଷ ମଣ୍ଡଳ, ଉପଦେଷ୍ଟା ଗୁରୁ ନିତ୍ୟାନନ୍ଦ, ରବୀନ୍ଦ୍ର ପଲାଇ, ଦୀପକ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ । ପରିକ୍ରମାର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୋଜ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ ଅନୁସୟା ସାହୁ । ଓଡିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର, ସୌରଭ ନାୟକ, ଶୈଳଭାମା ମହାପାତ୍ର, ଚିତ୍ରଭାନୁ ମହାନ୍ତି, ନିଶୀପ୍ରଭା ପାଣି, ସାନ୍ତନୁ ନାୟକ, ଡା. ସ୍ୱପ୍ନାରାଣୀ ମିଶ୍ର, ବ୍ରଜ ବଲ୍ଲଭ ନାୟକ, ସୁଧାଂଶୁ ଜେନା, ଡା. ଅଞ୍ଜନ ଦାସ ଓ ଉଦୀୟମାନ ଯୁବ କଣ୍ଠଶିଳ୍ପୀ ଅଭିଜିତ୍ ପାଢ଼ୀ ସଙ୍ଗୀତ ପରିବେଷଣ କରିଥିଲେ । ବାଦ୍ୟଯନ୍ତ୍ରରେ ବରଦା ପଟ୍ଟନାୟକ, ଚିନ୍ତାମଣି ମିଶ୍ର, ବସନ୍ତ ତିଆଡି, ଏମ୍.ସିମାଦ୍ରି, କିରଣ କୁମାର, ଗୋଲକ ବେହେରା ଓ ଜଗନ୍ନାଥ ଦାଶ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ପରିକ୍ରମାର ସଦସ୍ୟ ବିମଳ ମହାନ୍ତି, ଖୁଦିରାମ ମହାନ୍ତି, ଦୁସ୍ମନ୍ତ ଦାସ, ବିଶ୍ୱରଞ୍ଜନ ପାଲ, ଶକ୍ତିକାନ୍ତ ଦାସ, ନିର୍ମଳ ସ୍ୱାଇଁ ସହାୟତା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା