ଭଣ୍ଡାରିପୋଖରୀ ବ୍ଲକରେ ସରକାରୀ ଯୋଜନାରେ ଘୋଟାଲା ଅଭିଯୋଗ କରି ବିଜେପି ସମର୍ଥକଙ୍କ ଦାବିପତ୍ର ପ୍ରଦାନ
ଭଦ୍ରକ, ୧୮ ନଭେମ୍ବର (ହି.ସ.) - ସରକାର ବଦଳିବାର ଅଢ଼େଇବର୍ଷ ପରେ ମଧ୍ୟ ଭଣ୍ଡାରିପୋଖରୀ ବ୍ଲକରେ ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନାର କାର୍ଯ୍ଯକ୍ରମରୁ ଉପଯୁକ୍ତ ହିତାଧିକାରୀ ମାନଙ୍କୁ ସେବା ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏପରି ସ୍ଥିତିରେ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଭାରତୀୟ ଜନତା ପାର୍ଟି
BHANDARIPOKHARI BLOCK GHOTALA ABHIJOG


ଭଦ୍ରକ, ୧୮ ନଭେମ୍ବର (ହି.ସ.) - ସରକାର ବଦଳିବାର ଅଢ଼େଇବର୍ଷ ପରେ ମଧ୍ୟ ଭଣ୍ଡାରିପୋଖରୀ ବ୍ଲକରେ ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନାର କାର୍ଯ୍ଯକ୍ରମରୁ ଉପଯୁକ୍ତ ହିତାଧିକାରୀ ମାନଙ୍କୁ ସେବା ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏପରି ସ୍ଥିତିରେ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଭାରତୀୟ ଜନତା ପାର୍ଟିର କେତେକ କର୍ମୀ ଓ ସମର୍ଥକ ବିଡ଼ିଓଙ୍କୁ ଏକ ପାଂଚଦଫା ଦାବି ସମ୍ବଳିତ ପତ୍ର ଦେଇ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି କରିଛନ୍ତି। ରେସନ୍ କାର୍ଡ ପ୍ରସ୍ତୁତରେ ଦୁର୍ନୀତି ଠାରୁ ଆରମ୍ଭକରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନିର୍ମାଣ, ରୋଜଗାର ଯୋଜନା, ଆବାସ ଯୋଜନା ଓ ଭତା ଆଶାୟୀ ହିତାଧିକାରୀ ଚୟନ ପ୍ରକ୍ରିୟା ସମୟରେ ଦଲାଲ ବ୍ୟବସ୍ଥା ହଟାଇବାକୁ ଓ ଲୋକଙ୍କୁ ଅଧିକାରୀ ମାନେ ସହଯୋଗ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ବିଜେଡି ଓ ଅନ୍ୟ ଦଳରୁ ଆସି ବିଜେପିରେ ରହି ଦଳକୁ ବଦନାମ କରିବା ପାଇଁ କିଛି ଦଲାଲ ମାନଙ୍କ କବଳରୁ ବ୍ଲକ ପ୍ରଶାସନ ମୁକ୍ତ ରହିବାକୁ ଦାବି କରାଯାଇଛି। ବିଜେପିର ପୂର୍ବତନ ମଣ୍ଡଳ ସଭାପତି ପ୍ରଦୀପ ସାହୁଙ୍କ ସମେତ ସ୍ୱରାଜ ମହାପାତ୍ର, ଦୀପକ ପଣ୍ଡା,ମିହିର ନାୟକ, କୃପାସିନ୍ଧୁ ପୃଷ୍ଟି, ଦିଲ୍ଲୀପ ଖୁଂଟିଆ, ଅଶୋକ ସାହୁ, ରବୀନ୍ଦ୍ର ଦେଇ,ପ୍ରହଲ୍ଲାଦ ମୁଦୁଲି, ସନାତନ ଦାସ, ଆଶିଷ ଜେନା ପ୍ରମୁଖ ବିଡ଼ିଓ ଦେବଦତ ଦାଶଙ୍କୁ ଦାବିପତ୍ର ପ୍ରଦାନ କରି ତୁରନ୍ତ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି କରିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande