ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ
ଭଦ୍ରକ, ୧୮ ନଭେମ୍ବର (ହି.ସ.) - ସ୍ଥାନୀୟ ବିଷ୍ଣୁପୁର ପଂଚାୟତ ସ୍ଥିତ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମୃତ୍
BIDYALAYA STARIYA BIGYAN PRADARSANI


ଭଦ୍ରକ, ୧୮ ନଭେମ୍ବର (ହି.ସ.) - ସ୍ଥାନୀୟ ବିଷ୍ଣୁପୁର ପଂଚାୟତ ସ୍ଥିତ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମୃତ୍ୟୁଞ୍ଜୟ ନାୟକ ଉଦଘାଟନ କରିଥିଲେ। ବିଜ୍ଞାନ ଶିକ୍ଷକ ଜିତେନ୍ଦ୍ର କୁମାର ନାୟକ ବିଜ୍ଞାନ ଶିକ୍ଷା ଓ ବୈଜ୍ଞାନିକ ମନୋଭାବ ପାଇଁ ବିଜ୍ଞାନ ବିଜ୍ଞାନମେଳା ପ୍ରଦର୍ଶନୀ ର ଆବଶ୍ୟକ ଉପରେ ଆଲୋକ ପାତ କରିଥିଲେ ଆଜିର ଏହି ପ୍ରଦର୍ଶନୀ ରେ ଉଭୟ ବରିଷ୍ଟ ଓ କନିଷ୍ଟ ବିଭାଗରୁ ୪୯ ଟି ପ୍ରକଳ୍ପ ପ୍ରଦର୍ସିତ ହୋଇଥିଲା ସ୍ଥାନୀୟ ବହୁ ଦରଡ଼ା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ଚନ୍ଦନ କୁମାର ରାଉତ ଜୟ ଜଗନ୍ନାଥ ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ମୃତ୍ୟୁଞ୍ଜୟ ନାୟକ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ବରିଷ୍ଟ ବିଭାଗରୁ ସୁପ୍ରଭା ବେହରା ୧ମ ପାର୍ଥ ସାରଥୀ ପଣ୍ଡା ୨ୟ ଶୀତୁପ୍ରଜ୍ଞ୍ୟା ବେହେରା ୩ୟ ହୋଇଥିବା ବେଳେ କନିଷ୍ଠ ବିଭାଗରେ ଜୟବ୍ରତ ମିଶ୍ର ୧ମ, ପ୍ରୀତିରଞ୍ଜନ ଦାଶ ୨ୟ ଶଶୀରେଖା ସାମଲ ୩ୟ ହୋଇଥିବା ବେଳେ ସମସ୍ତ କୃତୀଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ଆୟୋଜନ ରେ ବିଦ୍ୟାଳୟ ର ଶିକ୍ଷକ ପ୍ରଶାନ୍ତ ଖିଲାର ଶିକ୍ଷୟିତ୍ରୀ ମଧୁସ୍ମିତା ବିଶ୍ୱାଳ ମଧୁସ୍ମିତା ନାୟକ, ଲିଜା ଦାସ, ବିନୋଦିନୀ ପାଢ଼ୀ, ସସ୍ମିତା ସାମନ୍ତ, ମଞ୍ଜୁଳାରାଣୀ ଦାଶ, ରୋଜାଲିନ ମଲ୍ଲିକ,ସୁଶ୍ରୀସଂଗୀତା କବାଟ, ସୁନିମା ବେହେରା ପ୍ରମୁଖ ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande