ଜିଲ୍ଲାସ୍ତରୀୟ ମାନବ ଚାଲାଣ ବିରୋଧୀ ତାଲିମ୍ ଶିବିର ଅନୁଷ୍ଠିତ
ଖୋର୍ଦ୍ଧା, ୧୮ ନଭେମ୍ବର(ହି.ସ.) – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଏକ ଦିବସୀୟ ମାନବ ଚାଲାଣ ବିରୋଧୀ ତାଲିମ୍ ଶିବିର ଅନୁଷ୍ଠିତ ହୋଯାଇଅଛି। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ପ
Manab chalan


ଖୋର୍ଦ୍ଧା, ୧୮ ନଭେମ୍ବର(ହି.ସ.) – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଏକ ଦିବସୀୟ ମାନବ ଚାଲାଣ ବିରୋଧୀ ତାଲିମ୍ ଶିବିର ଅନୁଷ୍ଠିତ ହୋଯାଇଅଛି। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ପ୍ରଶିକ୍ଷଣ ଶିବିରରେ ମହିଳା ଓ ଶିଶୁମାନଙ୍କର ଚାଲାଣକୁ ପ୍ରତିରୋଧ କରିବା ଏବଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ କଡା ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ମାନବ ଚାଲାଣ ଏକ ଘୃଣ୍ୟ କାର୍ଯ୍ୟ ଯାହା ପ୍ରତ୍ୟେକ ନାଗରିକ ହୃଦୟଙ୍ଗମ କରିବା ଉଚିତ୍। ଏଣୁ ସମସ୍ତ ସରକାରୀ ଅଧିକାରୀ କର୍ମଚାରୀ ଏହାର କାରଣ ଜାଣିବା ଓ ସମୀକ୍ଷା କରି ଏଭଳି ଘୃନ୍ୟ କାର୍ଯ୍ୟକୁ ରୋକିବା ନିମନ୍ତେ ପଦକ୍ଷେପ ନେବା ଉଚିତ୍। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ଯୋଗଦେଇ କହିଲେ ମହିଳା ଓ ଶିଶୁମାନଙ୍କୁ ଚାଲାଣ କରିବା ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ଯେଉଁମାନେ ଏପରି ସମାଜ ବିରୋଧୀ କାର୍ଯ୍ୟରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଲିପ୍ତ ରହୁଛନ୍ତି ତାହା ତାଙ୍କର କିଛି ଅସଦ ଉଦ୍ଦେଶ୍ୟ ଅଛି, ଏହା ବିବାହ ପାଇଁ, ଦାଦନ ବା ଗୋତି ଖଟାଇବା ପାଇଁ,ବା ନିଜର କିଛି ଅନ୍ୟାୟ ଉଦ୍ଦେଶ୍ୟ ପାଇଁ କରିଥାନ୍ତି, ଏଣୁ ସେମାନଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆଯିବା ଉଚିତ୍ ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ ଉପ ଆରକ୍ଷୀ ଅଧିକ୍ଷକ, ଟ୍ରାଫିକିଂ, ସ୍ମିତା ମଞ୍ଜରୀ ମଲ୍ଲିକ ଯୋଗଦେଇ ମାନବ ଚାଲାଣ ବିଭିନ୍ନ ଦଣ୍ଡ ବିଧାନ ଓ ଏହାର ବିନିଯୋଗିତା ଉପରେ ତାଲିମ୍ ପ୍ରଦାନ କରିଥିଲେ କ୍ଷ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ରିସୋର୍ସ ଅଧିକାରୀ ଭାବେ, ନିର୍ଦ୍ଦେଶିକା ,ପି ଇ ସି ୟୁ ସି, ଅନୁରାଧା ମହାନ୍ତି ଯୋଗଦେଇ ମାନବ ଚାଲାଣର କାରଣ ନିରାକରଣ, ଦଣ୍ଡ ବିଧାନ ସମ୍ବନ୍ଧରେ ବିସ୍ତୃତ ତାଲିମ୍ ପ୍ରଦାନ କରିଥିଲେ କ୍ଷ କାର୍ଯକ୍ରମ ଅଧିକାରୀ ସୌଦାମିନୀ ମିଶ୍ର ସ୍ୱାଗତ ଭାଷଣ ଏବଂ ଧନ୍ୟବାଦ ଅର୍ପଣ କରିବା ସହ ସଭା ସଂଯୋଜନା କରିଥିଲେ କ୍ଷ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ସମସ୍ତ ଶିଶୁ କଲ୍ୟାଣ ପ୍ରକଲ୍ପ ଅଧିକାରୀ, ଆଶା, ଅଙ୍ଗନୱାଡ଼ି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀ ଓ ସଖୀ ସଦନ କର୍ମକର୍ତା ଏବଂ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande