ଶିକ୍ଷା ବିଭାଗର ଅଜବ ସ୍ଥିତି! କେଉଁଠି ଛାତ୍ରୀଙ୍କ କାନ୍ଧରେ ପରିବା ବୋଝ ତ ଆଉ କେଉଁଠି ମଦ୍ୟପ ଶିକ୍ଷକ ନେଇ ଅଭିଯୋଗ
ଜୟପୁର, ୧୮ ନଭେମ୍ବର(ହି.ସ.) – ଶିକ୍ଷା ମନ୍ଦିରରେ ପିଲାଙ୍କ ଭବିଷ୍ୟତ ଗଢ଼ିବାର ଦାୟିତ୍ୱ ଯେଉଁ ଶିକ୍ଷକଙ୍କ କାନ୍ଧରେ, ସେହି ଶିକ୍ଷକଙ୍କ ଆଚରଣକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। କେଉଁଠି ଛାତ୍ରୀଙ୍କ କାନ୍ଧରେ ବହି ବସ୍ତାନି ବଦଳରେ ଲଦି ଦିଆଯାଉଛି ପରିବା ବୋଝ, ତ ଆଉ କେଉଁଠି ଶିକ୍ଷକଙ୍କ ବିରୋଧରେ ମଦ୍ୟପା
ଶିକ୍ଷା ବିଭାଗର ଅଜବ ସ୍ଥିତି!  କେଉଁଠି ଛାତ୍ରୀଙ୍କ କାନ୍ଧରେ ପରିବା ବୋଝ, ତ ଆଉ କେଉଁଠି ମଦ୍ୟପ ଶିକ୍ଷକ ନେଇ ଅଭିଯୋଗ


ଜୟପୁର, ୧୮ ନଭେମ୍ବର(ହି.ସ.) – ଶିକ୍ଷା ମନ୍ଦିରରେ ପିଲାଙ୍କ ଭବିଷ୍ୟତ ଗଢ଼ିବାର ଦାୟିତ୍ୱ ଯେଉଁ ଶିକ୍ଷକଙ୍କ କାନ୍ଧରେ, ସେହି ଶିକ୍ଷକଙ୍କ ଆଚରଣକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। କେଉଁଠି ଛାତ୍ରୀଙ୍କ କାନ୍ଧରେ ବହି ବସ୍ତାନି ବଦଳରେ ଲଦି ଦିଆଯାଉଛି ପରିବା ବୋଝ, ତ ଆଉ କେଉଁଠି ଶିକ୍ଷକଙ୍କ ବିରୋଧରେ ମଦ୍ୟପାନ କରି ବିଦ୍ୟାଳୟ ଆସିବାର ଅଭିଯୋଗ। ଏଭଳି ଦୁଇଟି ଘଟଣା କୋରାପୁଟ ଜିଲ୍ଲାର ନନ୍ଦପୁର ଓ ଲମତାପୁଟ ବ୍ଲକରୁ ସାମ୍ନାକୁ ଆସିଛି। ଗୋଟିଏ ପଟେ ଶିଶୁ ଶ୍ରମିକ ପ୍ରଥା ରୋକିବାକୁ ସଚେତନତା, ଅନ୍ୟପଟେ ଶିକ୍ଷାନୁଷ୍ଠାନରେ ଏଭଳି ଘଟଣା। ତେବେ ପ୍ରଶ୍ନ ଉଠୁଛି, ଶିକ୍ଷକଙ୍କ ଆଚରଣ ଉପରେ ନଜର ରଖୁଛି କିଏ ତଦନ୍ତ ଓ ନୋଟିସ୍ ଭିତରେ ସୀମିତ ରହିଯିବ କି ବିଭାଗୀୟ କାର୍ଯ୍ୟାନୁଷ୍ଠାନ

ପିଲାଙ୍କ ହାତରେ ଖାତା, କଲମ ଓ ବହି ରହିବା କଥା। ସେମାନଙ୍କ କାନ୍ଧରେ ରହିବା କଥା ଶିକ୍ଷାର ବୋଝ, କିନ୍ତୁ ନନ୍ଦପୁର ବ୍ଲକ ସଦର ମହକୁମାରୁ ଆସିଥିବା ଏହି ଚିତ୍ର ସମସ୍ତଙ୍କୁ ଚକିତ କରିଛି। ଅଭିଯୋଗ ଅନୁଯାୟୀ, ଜଣେ ଶିକ୍ଷୟିତ୍ରୀ ଜଣେ ଛାତ୍ରୀଙ୍କ କାନ୍ଧରେ ପରିବା ବୋଝ ଲଦି ହାଟରୁ ପନିପରିବା କିଣୁଥିବା ଘଟଣା ସାମ୍ନାକୁ ଆସିଛି। ଯେଉଁ ବୟସରେ ଛାତ୍ରୀ ଜଣକ ବିଦ୍ୟାଳୟରେ ପାଠ ପଢ଼ି ନିଜ ଭବିଷ୍ୟତ ଗଢ଼ିବା କଥା, ସେହି ବୟସରେ ତାଙ୍କୁ ଏଭଳି କାମରେ ନିୟୋଜିତ କରିବାକୁ ନେଇ ଶିକ୍ଷୟିତ୍ରୀଙ୍କ ଦାୟିତ୍ୱବୋଧ ଉପରେ ପ୍ରଶ୍ନ ଉଠିଛି। ଏହି ଘଟଣାକୁ ନେଇ ନନ୍ଦପୁର ଏବିଇଓ ରଜନୀକାନ୍ତ ବଡ଼ନାୟକଙ୍କୁ ପଚାରିବାରୁ, ଅଭିଯୋଗ ଆଧାରରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ କୈଫିୟତ୍ ତଲବ କରାଯାଇଥିବା ତଥା ସୋକଜ୍ ନୋଟିସ୍ ଜାରି ହୋଇଥିବା କହିଛନ୍ତି।

କେବଳ ନନ୍ଦପୁର ନୁହେଁ, ଲମତାପୁଟ ବ୍ଲକରୁ ମଧ୍ୟ ଆସିଛି ଆଉ ଏକ ଗମ୍ଭୀର ଅଭିଯୋଗ। କୁମାରଗନ୍ଧନା ପଂଚାୟତର ପରଜାପାଲିବା ବିଦ୍ୟାଳୟରେ ଜଣେ ଶିକ୍ଷକ ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିବା ନେଇ ଅଭିଯୋଗ ଉଠିଛି। ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଏହା କେବଳ ଶିକ୍ଷକଙ୍କ ଶୃଙ୍ଖଳା ଭଙ୍ଗ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ସୁରକ୍ଷିତ ପରିବେଶ ପ୍ରତି ମଧ୍ୟ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande