
କାଠମାଣ୍ଡୁ, ୦୨ ନଭେମ୍ବର (ହି.ସ.)- ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ କତାର ଏୟାରୱେଜ୍ର ଜଣେ କ୍ରୁ ସଦସ୍ୟଙ୍କୁ ସୁନା ସହ ଧରାଯାଇଛି।
ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୨ଟା ୩୦ ମିନିଟ୍ରେ କତାରର ରାଜଧାନୀ ଦୋହାରୁ ଆସିଥିବା କତାର ଏୟାରୱେଜ୍ର ବିମାନ ସଂଖ୍ୟା କ୍ୟୁଆର୍ ୬୫୦ର ଜଣେ କ୍ରୁ ସଦସ୍ୟଙ୍କ ହ୍ୟାଣ୍ଡ ଲଗେଜ୍ରୁ ସୁନା ମିଳିବା ପରେ ତାଙ୍କୁ ସୀମା ଶୁଳ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା।
ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ, ମରିୟମ ଗଜୌନି ହ୍ୟାଣ୍ଡ ଲଗେଜ୍ ନେଇ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରର ସୀମା ଶୁଳ୍କ କାର୍ଯ୍ୟାଳୟର ୱାକ୍-ଥ୍ରୁ ଗେଟ୍ରୁ ବାହାରୁଥିବା ସମୟରେ ତାଙ୍କ ସାମଗ୍ରୀରୁ ସୁନା ବିସ୍କୁଟ ଆକୃତିର ଦୁଇଟି ହଳଦିଆ ବସ୍ତୁ ମିଳିଥିଲା। ଏହାର ଓଜନ ୨୦-୨୦ ଗ୍ରାମ ବୋଲି କୁହାଯାଇଛି।
ନେପାଳ ସଶସ୍ତ୍ର ପୁଲିସ ବଳ ଏବଂ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରର ସୀମା ଶୁଳ୍କ କାର୍ଯ୍ୟାଳୟର ମିଳିତ ଟିମ୍ ଉକ୍ତ ବସ୍ତୁଗୁଡ଼ିକୁ ଜବତ କରି ଆବଶ୍ୟକ ଯାଂଚ ଓ ପରବର୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସୀମା ଶୁଳ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ