
ପୁରୀ, ୨ ନଭେମ୍ବର (ହି.ସ.)- ସୋମବାର ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ । ମହାକାର୍ତ୍ତିକ ମାସରେ ଦୈନିକ ଦିବା ପହୁଡ଼ ଅନ୍ୟତମ ନୀତି ହୋଇଥିଲେ ହେଁ କାର୍ତ୍ତିକ ମାସରେ ଦର୍ଶନାର୍ଥିଙ୍କ ଅତ୍ୟଧିକ ଭିଡ଼ ତଥା ନୀତି ବହୁଳତା କାରଣରୁ ଦୈନିକ ଦିବା ପହୁଡ଼ କରାଯିବା ସମ୍ଭବ ହୋଇପାରୁ ନ ଥିଲା l ପାଗ ଅନୁକୂଳ ନଥିବା ହେତୁ, ଭକ୍ତ ମାନଙ୍କ ଭିଡ଼ କମ୍ ରହିଥିବାରୁ ଆଜି ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବାପରେ ଆପାତତଃ ଅପରାହ୍ନ ୪ଟା ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା ଦିବା ପହୁଡ଼ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦର୍ଶନାର୍ଥୀମାନେ ଏଥିରେ ସହଯୋଗ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି |
ହିନ୍ଦୁସ୍ଥାନ ସମାଚାର / ବିଜୟ