‘ରାମାୟଣ’ ଚଳଚ୍ଚିତ୍ରର ଟିମ୍କୁ ଭେଟିଲେ ଅମିତ ଶାହ, ଶ୍ରୀରାମଙ୍କ ଆଦର୍ଶକୁ ନୂତନ ପିଢ଼ି ପାଖରେ ପହଂଚାଇବାର ପ୍ରୟାସକୁ କଲେ ପ୍ରଶଂସା
ନୂଆଦିଲ୍ଲୀ, ୨୬ ନଭେମ୍ବର (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀଠାରେ ଚଳଚ୍ଚିତ୍ର ‘ରାମାୟଣ’ର ଟିମ୍କୁ ଭେଟିଛନ୍ତି। ଭଗବାନ ଶ୍ରୀରାମଙ୍କ କର୍ତବ୍ୟପରାୟଣତା, ତ୍ୟାଗ ଏବଂ ସତ୍ୟନିଷ୍ଠାର ଆଦର୍ଶକୁ ସିନେମାର ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ନୂତନ ପିଢ଼ି ପାଖରେ ପହଂଚାଇବାର ଏହି ପ୍ରୟାସକୁ
नई दिल्ली में केंद्रीय गृह मंत्री अमित शाह से मुलाकात करते फिल्म ‘रामायण’ की टीम के सदस्य।


ନୂଆଦିଲ୍ଲୀ, ୨୬ ନଭେମ୍ବର (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀଠାରେ ଚଳଚ୍ଚିତ୍ର ‘ରାମାୟଣ’ର ଟିମ୍କୁ ଭେଟିଛନ୍ତି। ଭଗବାନ ଶ୍ରୀରାମଙ୍କ କର୍ତବ୍ୟପରାୟଣତା, ତ୍ୟାଗ ଏବଂ ସତ୍ୟନିଷ୍ଠାର ଆଦର୍ଶକୁ ସିନେମାର ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ନୂତନ ପିଢ଼ି ପାଖରେ ପହଂଚାଇବାର ଏହି ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି।

ଶାହ ଗୁରୁବାର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଏହି ସାକ୍ଷାତର ଫଟୋ ସେୟାର କରି ଲେଖିଛନ୍ତି, “ନୂଆଦିଲ୍ଲୀଠାରେ ‘ରାମାୟଣ’ ଚଳଚ୍ଚିତ୍ରର ଟିମ୍କୁ ଭେଟିଲି। ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମ ନିଜ ଜୀବନ ମାଧ୍ୟମରେ କର୍ତବ୍ୟପାଳନ, ତ୍ୟାଗ ଓ ସତ୍ୟନିଷ୍ଠାର ଯେଉଁ ଆଦର୍ଶ ସ୍ଥାପନ କରିଛନ୍ତି, ସେଗୁଡ଼ିକୁ ସିନେମାର ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ନୂତନ ପିଢ଼ି ପାଖରେ ପହଂଚାଇବାର ଏହି ଅଭିନବ ପ୍ରୟାସ ପାଇଁ ସମଗ୍ର ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ସାକ୍ଷାତ ସମୟରେ ଚଳଚ୍ଚିତ୍ରର ନିର୍ମାତା ନମିତ ମଲହୋତ୍ରା, ନିର୍ଦ୍ଦେଶକ ନିତେଶ ତିୱାରୀ, ଭଗବାନ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତା ରଣବୀର କପୁର, ଅଭିନେତ୍ରୀ ସାଇ ପଲ୍ଲବୀ ପ୍ରମୁଖ ଉପସ୍ଥିତ ଥିଲେ।

ଗୃହମନ୍ତ୍ରୀ ଚଳଚ୍ଚିତ୍ରର ସମଗ୍ର ଟିମ୍କୁ ଅଭିନନ୍ଦନ ଜଣାଇବା ସହ ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ମହାକାବ୍ୟ ‘ରାମାୟଣ’କୁ ଆଧୁନିକ ସିନେମା ମାଧ୍ୟମରେ ନୂତନ ପିଢ଼ି ପାଖରେ ପହଂଚାଇବାର ଏହି ପ୍ରୟାସକୁ ପ୍ରଶଂସନୀୟ ବୋଲି କହିଛନ୍ତି।

ଚଳଚ୍ଚିତ୍ର ‘ରାମାୟଣ’ ଭାରତୀୟ ମହାକାବ୍ୟ ରାମାୟଣ ଉପରେ ଆଧାରିତ। ଏହା ମାଧ୍ୟମରେ ଭଗବାନ ଶ୍ରୀରାମଙ୍କ ଜୀବନ, ତାଙ୍କ ଆଦର୍ଶ ଏବଂ ମୂଲ୍ୟବୋଧକୁ ଆଧୁନିକ ସିନେମା ଜ୍ଞାନକୌଶଳ ଜରିଆରେ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ପ୍ରୟାସ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande