ସିଏସ୍ସି ବୈଠକରେ ଭାରତ ସମେତ ଚାରିଟି ଦେଶ ୨୦୨୬-୨୭ ପାଇଁ ସହଯୋଗର ରୋଡମ୍ୟାପ୍ କଲେ ଗ୍ରହଣ
ନୂଆଦିଲ୍ଲୀ, ୨୬ ନଭେମ୍ବର (ହି.ସ.)- କଲମ୍ବୋ ସିକ୍ୟୁରିଟି କନକ୍ଲେଭ୍ (ସିଏସ୍ସି)ର ଅଷ୍ଟମ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ସ୍ତରୀୟ ବୈଠକରେ ଭାରତ ସମେତ ଚାରିଟି ସଦସ୍ୟ ଦେଶ ୨୦୨୬-୨୭ ବର୍ଷ ପାଇଁ ସହଯୋଗର ରୋଡମ୍ୟାପ୍ ଗ୍ରହଣ କରିଛନ୍ତି। ଏଥିରେ ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦର ମୁକାବିଲା,
कोलंबो सिक्योरिटी कॉन्क्लेव (सीएससी) की आठवीं राष्ट्रीय सुरक्षा सलाहकार (एनएसए) स्तर की बैठक में भारत का प्रतिनिधित्व राष्ट्रीय सुरक्षा सलाहकार अजीत डोभाल ने किया


ନୂଆଦିଲ୍ଲୀ, ୨୬ ନଭେମ୍ବର (ହି.ସ.)- କଲମ୍ବୋ ସିକ୍ୟୁରିଟି କନକ୍ଲେଭ୍ (ସିଏସ୍ସି)ର ଅଷ୍ଟମ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ସ୍ତରୀୟ ବୈଠକରେ ଭାରତ ସମେତ ଚାରିଟି ସଦସ୍ୟ ଦେଶ ୨୦୨୬-୨୭ ବର୍ଷ ପାଇଁ ସହଯୋଗର ରୋଡମ୍ୟାପ୍ ଗ୍ରହଣ କରିଛନ୍ତି। ଏଥିରେ ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦର ମୁକାବିଲା, ସାଇବର ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା ସମେତ ପାଂଚଟି ପ୍ରମୁଖ କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି କରିବାକୁ ସହମତି ପ୍ରକାଶ ପାଇଛି।

ମାଳଦ୍ୱୀପର ଆତିଥ୍ୟରେ ନଭେମ୍ବର ୨୫ ତାରିଖରେ ଭିଲ୍ଲା ନୌଟିକା ପାରାଡାଇଜ୍ ଆଇଲ୍ୟାଣ୍ଡଠାରେ ଆୟୋଜିତ ଏହି ବୈଠକରେ ଭାରତ, ମାଳଦ୍ୱୀପ, ଶ୍ରୀଲଙ୍କା ଏବଂ ବାଂଲାଦେଶର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣ କରିଥିଲେ। ମରିସସ୍ ଭର୍ଚୁଆଲ୍ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲା।

ବୈଠକରେ ଭାରତର ପ୍ରତିନିଧିତ୍ୱ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କରିଥିଲେ। ମାଳଦ୍ୱୀପର ଜାତୀୟ ସୁରକ୍ଷା ପରାମର୍ଶଦାତା ଇବ୍ରାହିମ୍ ଲତିଫ୍, ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରଣାଳୟର ସଚିବ ଏୟାର ଭାଇସ୍ ମାର୍ଶାଲ ସମ୍ପତ ଥୁୟାକୋନ୍ଥା ଏବଂ ବାଂଲାଦେଶର ଜାତୀୟ ପ୍ରତିରକ୍ଷା ମହାବିଦ୍ୟାଳୟର କମାଣ୍ଡୋଂଟ ଲେଫ୍ଟନାଂଟ ଜେନେରାଲ ଏମ୍ଡି ଫୈଜୁର ରହମାନ ନିଜ ନିଜ ଦେଶର ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଇଥିଲେ।

ଅଷ୍ଟ୍ରେଲିଆ ଏବଂ ମାଲେସିଆ ଅତିଥି ଦେଶ ଭାବେ ଏହି ବୈଠକରେ ଯୋଗ ଦେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ବୈଦେଶିକ ବ୍ୟାପାର ଓ ବାଣିଜ୍ୟ ବିଭାଗର ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆ ଗୋଷ୍ଠୀର ପ୍ରଥମ ସହକାରୀ ସଚିବ ସାରା ଷ୍ଟୋରୀ ଏବଂ ମାଲେସିଆ ପକ୍ଷରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅଧୀନ ଜାତୀୟ ସୁରକ୍ଷା ପରିଷଦର ସାମୁଦ୍ରିକ ସୁରକ୍ଷା ଓ ସାର୍ବଭୌମତ୍ୱ ବିଭାଗର ନିର୍ଦ୍ଦେଶକ ଖୈରୁଲ ଅଜହର (ନିକ୍) ବିନ୍ ଅବୁ ବକର ଯୋଗ ଦେଇଥିଲେ।

ବୈଠକ ସମୟରେ କଲମ୍ବୋ ସିକ୍ୟୁରିଟି କନକ୍ଲେଭ୍ର ପ୍ରଥମ ମହାସଚିବ ଭାଇସ୍ ଆଡମିରାଲ ଏସ୍.ଏନ୍. ଘୋରମାଡେ (ଅବସରପ୍ରାପ୍ତ) ଗତବର୍ଷ ନଭେମ୍ବର ୨୦ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ସପ୍ତମ ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତିଗୁଡ଼ିକର କାର୍ଯ୍ୟକାରିତା ଦିଗରେ ହୋଇଥିବା ଅଗ୍ରଗତିର ବିସ୍ତୃତ ସମୀକ୍ଷା ଉପସ୍ଥାପନ କରିଥିଲେ।

ବୈଠକରେ ମାଳଦ୍ୱୀପ, ଭାରତ, ମରିସସ୍ (ଭର୍ଚୁଆଲ୍ ମାଧ୍ୟମରେ) ଏବଂ ଶ୍ରୀଲଙ୍କା ସମେତ ସିଏସ୍ସିର ସଦସ୍ୟ ଦେଶଗୁଡ଼ିକ ସହମତି କାର୍ଯ୍ୟବିବରଣୀରେ ସ୍ୱାକ୍ଷର କରିବା ସହ ୨୦୨୬-୨୭ ପାଇଁ ସହଯୋଗର ରୋଡମ୍ୟାପ୍ ଗ୍ରହଣ କରିଥିଲେ। ଏହି ରୋଡମ୍ୟାପ୍ରେ ପାଂଚଟି ପ୍ରମୁଖ କ୍ଷେତ୍ର ଅଧୀନରେ କରାଯିବାକୁ ଥିବା କାର୍ଯ୍ୟ ଏବଂ ପ୍ରସ୍ତାବିତ କାର୍ଯ୍ୟକଳାପଗୁଡ଼ିକର ବିବରଣୀ ରହିଛି।

ସହଯୋଗର ଏହି ପାଂଚଟି ପ୍ରମୁଖ କ୍ଷେତ୍ର ହେଉଛି— ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ ଓ ମୌଳବାଦର ମୁକାବିଲା, ଚୋରା ଚାଲାଣ ତଥା ଅନ୍ତର୍ଜାତୀୟ ସଂଗଠିତ ଅପରାଧର ରୋକଥାମ, ସାଇବର ସୁରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ଓ ପ୍ରଯୁକ୍ତିର ସୁରକ୍ଷା ଏବଂ ମାନବୀୟ ସହାୟତା ଓ ବିପର୍ଯ୍ୟୟ ରିଲିଫ୍।

ଆଂଚଳିକ ଶାନ୍ତି ଓ ସୁରକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସଦସ୍ୟ ଦେଶଗୁଡ଼ିକ ନିରନ୍ତର ପାରସ୍ପରିକ ସହଯୋଗ ଜାରି ରଖିବାକୁ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ। ପ୍ରଶିକ୍ଷଣ, ପରସ୍ପରର ଅଭିଜ୍ଞତା ଓ ଉତମ କାର୍ଯ୍ୟପ୍ରଣାଳୀ ଆଦାନପ୍ରଦାନ ତଥା ଦକ୍ଷତା ବିକାଶ ସମ୍ବନ୍ଧୀୟ ପଦକ୍ଷେପ ମାଧ୍ୟମରେ ସହଯୋଗକୁ ଆହୁରି ମଜବୁତ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ ଏହା ଉପରେ ମଧ୍ୟ ସହମତି ପ୍ରକାଶ ପାଇଥିଲା ଯେ, ହିନ୍ଦ ମହାସାଗର ଅଂଚଳରେ ଉଦ୍ଭବ ହେଉଥିବା ସୁରକ୍ଷା ଆହ୍ୱାନଗୁଡ଼ିକର ପ୍ରଭାବଶାଳୀ ମୁକାବିଲା କରିବା ଏବଂ ଆଂଚଳିକ ସ୍ଥିରତା ବଜାୟ ରଖିବା ପାଇଁ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସାମୂହିକ ପ୍ରୟାସକୁ ନିରନ୍ତର ଆଗକୁ ବଢ଼ାଇବା ଆବଶ୍ୟକ।

------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande