ୟୁଥ୍ ରେଡ୍ କ୍ରସ୍ ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର
ସୁବର୍ଣପୁର, ୨୮ ନଭେମ୍ବର(ହି.ସ.) – ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଠାରେ ଇଣ୍ଡିଆନ୍ ରେଡକ୍ରସ ସୋସାଇଟୀ ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଆନ୍ତଃ ମହା ବିଦ୍ୟାଳୟ ସ୍ତରୀୟ ନାରୀ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ୫ ଗୋଟି କଲେଜର ୧୨୦ ଜଣ ଛାତ୍ରୀ ବିଭିନ୍ନ ସମାଜସେବୀଙ୍କୁ ନେଇ
ୟୁଥ୍ ରେଡ୍ କ୍ରସ୍ ପକ୍ଷରୁ ମହିଳା ସ୍ଵାସ୍ଥ୍ୟ ସଚେତନତା ଶିବିର


ସୁବର୍ଣପୁର, ୨୮ ନଭେମ୍ବର(ହି.ସ.) – ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଠାରେ ଇଣ୍ଡିଆନ୍ ରେଡକ୍ରସ ସୋସାଇଟୀ ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଆନ୍ତଃ ମହା ବିଦ୍ୟାଳୟ ସ୍ତରୀୟ ନାରୀ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ୫ ଗୋଟି କଲେଜର ୧୨୦ ଜଣ ଛାତ୍ରୀ ବିଭିନ୍ନ ସମାଜସେବୀଙ୍କୁ ନେଇ ଅନୁଷ୍ଠିତ ଏହି ଶିବିରରେ ଆଜି ଡାକ୍ତର ତ୍ରିବିକ୍ରମ ପାଣ୍ଡିଆ, ଡାକ୍ତର ଦେବୀ ପ୍ରସାଦ ମହାପାତ୍ର, ଡାକ୍ତର ପୂଜା ଶ୍ରୀ ମିଶ୍ର, ଡାକ୍ତର ପ୍ରତିଭା ମେହେର, ପ୍ରମୁଖ ଯୋଗ ଦେଇ ନାରୀ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା କରି ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ। ମାନସିକ ଶାରୀରିକ ସ୍ତରରେ ନାରୀ ସୁସ୍ଥ ରହିବା ସହିତ ନାରୀ ଦୃଢ଼ ସଶକ୍ତ ହେଲେ ଏକ ସୁସ୍ଥ ସମାଜ ଓ ସୁସ୍ଥ ରାଷ୍ଟ୍ର ଗଠନ ହୋଇ ପାରିବ ବୋଲି ଆଜିର ମୁଖ୍ୟ ଅତିଥି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂ ମତ ରଖିଥିଲେ। ଏଥିରେ ଉପ ଜିଲ୍ଲାପାଳ ଡଃ ସୌମ୍ୟରୁପା ରଥ, ସିଡିଏମ୍ପିଏଚ୍ ଓ ଡାକ୍ତର ଉଷାରାଣୀ ଦାଶ, ମହିଳା କଲେଜ ଅଧ୍ୟକ୍ଷା ରୀତା ରାଣୀ ପୂଝାରୀ, ଷ୍ଟେଟ ରେଡ୍କ୍ରସ୍ କୋଡ଼ି ନେଟର ବିଶ୍ୱଜିତ୍ ମିଶ୍ର, ଜିଲ୍ଲା ସମ୍ପାଦକ ଅଧ୍ୟାପକ ଉମାକାନ୍ତ ନାଗ, ଅଧ୍ୟାପକ ଦେବାଶିଷ୍ ପଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସ୍ୱାସ୍ଥ୍ୟ ସଚେତନ କରିଥିଲେ। ଅଧ୍ୟାପକ ମଦନ ସୁନ୍ଦର ଖେତୀ ଅତିଥି ସ୍ୱାଗତ କରି ସଭା ସଂଯୋଜନା କରିଥିଲେ। ଅଧ୍ୟାପିକା ପୁର୍ଣିମା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଅନୁଷ୍ଠିତ ଏହି ଶିବିର ରେ ସୋନପୁର କଲେଜ ଅଧ୍ୟକ୍ଷ ରାଧାକାନ୍ତ ନାଏକ ଧନ୍ଯବାଦ ଅର୍ପଣ କରିଥିଲେ। ସଭାରେ ପ୍ରତ୍ୟେକ ରେଡ୍କ୍ରସ୍ କାଉନ ସିଲର ଓ ସ୍ୱେଛାସେବୀ ଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିବାବେଳେ ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ରକ୍ତଦାତା ସୁପ୍ରିୟା ହୋତାଙ୍କୁ ଜିଲ୍ଲାପାଳ ସମ୍ବର୍ôଧତ କରିଥିଲେ। ଛାତ୍ରୀ ଅର୍ଚ୍ଚିତା ସାହୁ ଓ ସାଥିଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରା ଯାଇଥିଲା। ମହାବିଦ୍ୟାଳୟର ଅଧ୍ୟାପକ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande