ଭଦ୍ରକ ଆଇନ ମହାବିଦ୍ୟାଳୟରେ ଜିଲା ଆଇନ ସେବା ପ୍ରାଧିକରଣର ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ, ୨୮ ନଭେମ୍ବର (ହି.ସ.) - ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ କାର୍ଯ୍ୟକ୍ରମ କ୍ରମେ ଜିଲ୍ଲା ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ ଅନୁସାରେ ଭଦ୍ରକ ଆଇନ ମହାବିଦ୍ୟାଳୟ, କୋରକୋରା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ନାଲ୍ସ
bhadrak aina mahabidyalaya


ଭଦ୍ରକ, ୨୮ ନଭେମ୍ବର (ହି.ସ.) - ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ କାର୍ଯ୍ୟକ୍ରମ କ୍ରମେ ଜିଲ୍ଲା ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ ଅନୁସାରେ ଭଦ୍ରକ ଆଇନ ମହାବିଦ୍ୟାଳୟ, କୋରକୋରା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ନାଲ୍ସା (ମାନବ ଚାଲାଣ ଏବଂ ବାଣିଜ୍ୟିକ ଯୌନ ଶୋଷଣର ପୀଡ଼ିତମାନଙ୍କ ପାଇଁ) ଯୋଜନା, ୨୦୧୫ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଲୋକ ରଥ ଯୋଗଦେଇ ପୀଡିତା ମାନଙ୍କ ପାଇଁ ଉଦିଷ୍ଟ ସରକାରୀ ନିୟମ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବରିଷ୍ଟ ଅଧିବକ୍ତା ଗଦାଧର ବଳ ଯୋଗ ଦେଇ ପୀଡିତାମାନେ ସରକାର ପ୍ରଦତ ଆର୍ôଥକ ସହାୟତା କିପରି ପାଇପାରିବେ ତାହା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ମୁଦୁଲି ମାନବ ଚାଲାଣ ଓ ପୀଡିତାମାନଙ୍କ ଉଦ୍ଧାର ପାଇଁ ପୋଲିସର ଭୂମିକା ବିଷୟରେ ଧାରଣା ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଆଇନଜୀବୀ ମନୋରଞ୍ଜନ ଦାସ, ଆଇନ ସେବା ପ୍ରାଧିକାରଣର ସ୍ୱୀକୃତି ପ୍ରାପ୍ତ ଆଇନଜୀବୀ ଡଃ ତାପସ ମହାନ୍ତି, ଜିଲ୍ଲା ଶିଶୁ ଅଧିକାର ସୁରକ୍ଷା ଅଧ୍ୟକ୍ଷ ଲଳିତା ସାହୁ, ଆଇନ କଲେଜର ଅଧ୍ୟକ୍ଷ ପ୍ରସନ୍ନ କୁମାର ରାୟ ପ୍ରମୁଖ ପୀଡିତା ମାନଙ୍କ କର୍ମ ସଂସ୍ଥାନ, ଆଇନ ଅନୁଯାୟୀ ତ୍ୱରୀତ ବିଚାର ପ୍ରକ୍ରିୟା ଶେଷ ବିଷୟରେ ଅବଧାରଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ୟାନେଲ୍ ଓକିଲ ତାପସ କୁମାର ମହାନ୍ତି, ଓକିଲ ମନୋରଞ୍ଜନ ଦାସ, ବହ୍ନିଶିଖା ବିଶ୍ୱାଳ, ଶିଶୁ କଲ୍ୟାଣ କମିଟି, ଭଦ୍ରକର ସଦସ୍ୟ ଲଲିତ ସାହୁ, ଅଧ୍ୟାପକ ପ୍ରିୟଦର୍ଶୀ ରାୟ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୀଡ଼ିତ କ୍ଷତିପୂରଣ ଦାବି କରିବା ଏବଂ ସରକାରୀ କଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଥିଲା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande