ପୂର୍ବତନ ସ୍କୁଲ୍ ଏସଆଇଙ୍କ ପରଲୋକ
ଭଦ୍ରକ, ୨୮ ନଭେମ୍ବର (ହି.ସ.) - ଭଦ୍ରକ ଜିଲା ବନ୍ତ ବ୍ଲକ ମହାନ୍ତିପଡା ଗ୍ରାମର ପୂର୍ବତନ ସ୍କୁଲ୍ ଏସଆଇ ଆନନ୍ଦଚନ୍ଦ୍ର ଦାଶ(୮୭)ଙ୍କ ଆଜି ମଧ୍ୟାହ୍ନରେ ପରଲୋକ ଘଟିଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥାଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ସାନପୁଅ ବିଜୟାନନ୍ଦ
school ex. si ananda chandra dash file photo


ଭଦ୍ରକ, ୨୮ ନଭେମ୍ବର (ହି.ସ.) - ଭଦ୍ରକ ଜିଲା ବନ୍ତ ବ୍ଲକ ମହାନ୍ତିପଡା ଗ୍ରାମର ପୂର୍ବତନ ସ୍କୁଲ୍ ଏସଆଇ ଆନନ୍ଦଚନ୍ଦ୍ର ଦାଶ(୮୭)ଙ୍କ ଆଜି ମଧ୍ୟାହ୍ନରେ ପରଲୋକ ଘଟିଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥାଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ସାନପୁଅ ବିଜୟାନନ୍ଦ ଦାଶ, ବହୁ ମମତା ରାଣୀ ପଣ୍ଡା, ଭାଗ୍ୟବତୀ ପଣ୍ଡା ଓ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ । ସ୍ୱର୍ଗତ ଦାଶ ସରକାରୀ ଚାକିରୀରେ ଥାଇ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଦୂର କରିବା ସହ ବିଦ୍ୟାଳୟ ପରିସରରେ ପାଠପଢାକୁ ଗୁରୁତ୍ୱାରୋଫ କରି କାର୍ଯ୍ୟ କରି ଆସୁଥିଲେ । ଅବସର ନେବା ପରେ ଆଗରପଡା ଅବସରପ୍ରାପ୍ତ କର୍ମଚାରୀ ସଂଘ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସକ୍ରିୟ ସଭ୍ୟ ରହି ସେବା ମୂଳକ କାର୍ଯ୍ୟ କରିଆସୁଥିବା ବେଳେ ଗ୍ରାମର ମଙ୍ଗଳା ଠାକୁରଙ୍କ ପୂଜା କାର୍ଯ୍ୟ ତୁଲାଇ ଆସୁଥିଲେ । ମୃତ୍ୟୁଖବର ପାଇ ପୂର୍ବତନ ବିଧାୟକ ତଥା ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ ଜେନା, ମହାନ୍ତିପଡା ସମିତିସଭ୍ୟ ନିର୍ମଳ ଚନ୍ଦ୍ର ନାୟକ, ପୂର୍ବତନ ସରପଚଂ ଉମେଶ ପ୍ରସାଦ ସାହୁ, କଳ୍ପତରୁ ସାହୁ, ଅଧ୍ୟାପକ କରୁଣାକର ସାହୁ,ବିଜେପିନେତା ଚିନ୍ତାମଣି ମହାରଣା, କିରଣମୟ ବେହେରା, କୈଳାସ ସାହୁ ପ୍ରମୁଖ ବାସ ଭବନରେ ପହଚିଂ ଶବାଧାରରେ ସାମିଲ୍ ଥିଲେ । ପରେ ତାଙ୍କୁ ଗ୍ରାମ ପରିକ୍ରମା କରାଯାଇ ଘରବାଡିରେ ଦାହ କରାଯାଇଥିବା ବେଳେ ମଝିଆ ପୁଅ ଶେଷଦେବ ଦାଶ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ସଂପୃକ୍ତ ଅଚଂଳରେ ଶୋକର ଛାୟା ଖେଳିଯାଇଛି । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande