
ଭଦ୍ରକ, ୦୬ ନଭେମ୍ବର(ହି.ସ.) –ଏହି ଜିଲାର ଧାମରା ଡିଆଇ ରୋଡ ଠାରେ ଏକ ସଡକ ଦୁର୍ଘଟଣାରେ ୨ଜଣ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।ପ୍ରାପ୍ତ ଖବର ଅନୁଯାଇ ଚାନ୍ଦବାଲିରୁ ଏକ ପିକଅପ ରାସନ ସାମଗ୍ରୀ ବୋଝେଇ କରି ଧାମରା ଅଭିମୁଖେ ଆସୁଥିଲା। ଡିଆଇ ରୋଡ ଠାରେ ସଂପୃକ୍ତ ପିକଅପ ଚାଳକ ନିଜର ନିୟନ୍ତ୍ରଣ ହରାଇ ରାସ୍ତା ପାଖରେ ଠିଆ ହୋଇଥିବା ଲୁହା ପଥର ବୋଝେଇ ଟ୍ରକକୁ ପଛରୁ ପିଟିବା ସହ ଓଲଟି ପଡିଥିଲା। ଖବର ପାଇ ଧାମରା ପୁଲିସ ଘଟଣା ସ୍ଥଳରେ ପହଂଚିବା ସହ ପିକଅପର ଚାଳକ ଏବଂ ତାର ସହଯୋଗୀକୁ ଉଦ୍ଧାର କରି ଭଦ୍ରକ ମେଡିକାଲ କୁ ପଠାଇଥିଲା। ଏହି ଦୁର୍ଘଟଣାରେ ପିକଅପ ଚାଳକ ଏବଂ ତାର ସହଯୋଗୀ ଙ୍କ ଅବସ୍ଥା ଗୁରୁତର ବୋଲି ଜଣାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ