ଅତିଥି ପ୍ରଶିକ୍ଷକମାନଙ୍କ ଚାକିରି ବଜାୟ ରଖିବା ଏବଂ ନିୟମିତ ଦରମା ପ୍ରଦାନ ପାଇଁ ଲାଂଚ ନେଇ ସରକାରୀ ଅଇଟିଆଇ ଅଧ୍ୟକ୍ଷ ଭିଜିଲାନ୍ସ ଦ୍ୱାରା ଗିରଫ
ବଲାଙ୍ଗୀର, ୦୬ ନଭେମ୍ବର(ହି.ସ.) – ଅତିଥି ପ୍ରଶିକ୍ଷକ ମାନଙ୍କ ଚାକିରି ବଜାୟ ରଖିବା ଏବଂ ନିୟମିତ ଦରମା ପ୍ରଦାନ କରାଇବା ପାଇଁ ୩୦,୦୦୦ ଟଙ୍କା ଲାଂଚ ନେଉଥିବା ବେଳେ ବଲାଙ୍ଗୀର ସରକାରୀ ଆଇଟିଆଇର ଅଧ୍ୟକ୍ଷଙ୍କୁ ଓଡ଼ିଶା ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆଜି ଅର୍ଥାତ୍ ୦୬.୧୧.୨୦୨୬ ରିଖରେ, କିଛି ସମୟ ପ
ଅତିଥି ପ୍ରଶିକ୍ଷକ  ମାନଙ୍କ ଚାକିରି ବଜାୟ ରଖିବା ଏବଂ ନିୟମିତ ଦରମା ପ୍ରଦାନ ପାଇଁ ଲାଞ୍ଚ ନେଇ ସରକାରୀ ଅଇ ଟି ଆଇ ଅଧ୍ୟକ୍ଷ ଭିଜିଲାନ୍ସ ଦ୍ବାରା ଗିରଫ


ବଲାଙ୍ଗୀର, ୦୬ ନଭେମ୍ବର(ହି.ସ.) – ଅତିଥି ପ୍ରଶିକ୍ଷକ ମାନଙ୍କ ଚାକିରି ବଜାୟ ରଖିବା ଏବଂ ନିୟମିତ ଦରମା ପ୍ରଦାନ କରାଇବା ପାଇଁ ୩୦,୦୦୦ ଟଙ୍କା ଲାଂଚ ନେଉଥିବା ବେଳେ ବଲାଙ୍ଗୀର ସରକାରୀ ଆଇଟିଆଇର ଅଧ୍ୟକ୍ଷଙ୍କୁ ଓଡ଼ିଶା ଭିଜିଲାନ୍ସ ବିଭାଗ ଗିରଫ କରିଛି।

ଆଜି ଅର୍ଥାତ୍ ୦୬.୧୧.୨୦୨୬ ରିଖରେ, କିଛି ସମୟ ପୂର୍ବେ, ବଲାଙ୍ଗୀର ସରକାରୀ ଆଇଟିଆଇର ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ବିଭାଗ ଗିରଫ କରିଛି। ସେ ଅନୁଷ୍ଠାନର ଜଣେ ପ୍ରଶିକ୍ଷକ ଏବଂ ତାଙ୍କ ସହଯୋଗୀ ଅତିଥି ପ୍ରଶିକ୍ଷକମାନଙ୍କୁ ଚାକିରିରେ ବଜାୟ ରଖିବା ଏବଂ ସେମାନଙ୍କର ନିୟମିତ ଦରମା ଉଠାଇବାରେ ସହାୟତା କରିବା ପାଇଁ ୩୦,୦୦୦ ଟଙ୍କା ଲାଂଚ ଦାବି କରୁଥିଲେ ଓ ନେଉଥିଲେ। ଅଭିଯୁକ୍ତ ଅଧ୍ୟକ୍ଷ ଜଣକ ୯ ଜଣ ପ୍ରଶିକ୍ଷକଙ୍କ ଠାରୁ ସେମାନଙ୍କ ଦରମା ନିୟମିତ ଭାବେ ପ୍ରଦାନ କରାଇବା ପାଇଁ ମୋଟ ୧,୧୫,୦୦୦ ଟଙ୍କା ଲାଂଚ ଦାବି କରିଥିଲେ। ଏହା ସହ, ଯଦି ସେମାନେ ଲାଂଚ ଟଙ୍କା ନ ଦିଅନ୍ତି, ତେବେ ସେମାନଙ୍କୁ ଚାକିରିରୁ ବାହାର କରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ। ଅନ୍ୟ କୌଣସି ଉପାୟ ନ ପାଇ, ସେମାନେ ନିଜର ଦୁର୍ଦ୍ଦଶା ସମ୍ପର୍କରେ ଭିଜିଲାନ୍ସ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ, ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଆଜି ବଲାଙ୍ଗୀର ରେଳ ଷ୍ଟେସନ ଠାରେ ଶ୍ରୀ ଦଳବେହେରାଙ୍କୁ ଧରିଥିଲା, ଯେତେବେଳେ ସେ ମୋଟ ୧,୧୫,୦୦୦ ଟଙ୍କା ଲାଞ୍ଚ ଦାବିର ଏକ ଅଂଶ ସ୍ୱରୂପ ୩୦,୦୦୦ ଟଙ୍କା ଗ୍ରହଣ କରୁଥିଲେ।

ଲାଂଚ ବାବଦକୁ ନିଆଯାଇଥିବା ସମସ୍ତ ୩୦,୦୦୦ ଟଙ୍କା ଅଭିଯୁକ୍ତ ଶ୍ରୀ ଦଳବେହେରାଙ୍କ ନିକଟରୁ ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହି ଘଟଣା ପରେ, ଶ୍ରୀ ଦଳବେହେରାଙ୍କ ସହ ଜଡ଼ିତ ତିନୋଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତି ରହିଛି କି ନାହିଁ, ତାହାର ଯାଂଚ ପାଇଁ ଏକକାଳୀନ ଚଢ଼ାଉ କରାଯାଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande