
କେନ୍ଦୁଝର, 06 ନଭେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତର ଟେଣ୍ଠେଇ ଟାଙ୍ଗର ସାହି ନିକଟରେ ଯଖପୁରା -ବାଂଶପାଣି ରେଳ ପଥରେ ରେଳ ଦୁର୍ଘଟଣାରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବଡ଼ବିଲ- ପୁରୀ ଯାତ୍ରୀବାହୀ ଟ୍ରେନ୍ରେ ଧକ୍କା ରେ ଜଣେ ଶ୍ରମିକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।ମୃତକ ହେଲେ ପଶ୍ଚିମବଙ୍ଗ ରାଜ୍ୟର ପଶ୍ଚିମ ମେଦିନୀପୁର ଜିଲ୍ଲା ବେଲଦା ଥାନା ଅନ୍ତର୍ଗତ ମଦାରପଡ଼ା ଗ୍ରାମର ଭଗବାନ ମୁର୍ମୁ (୬୦)। ତାଙ୍କର ଦୁଇ ଜଣ ପୁଅ ଥିବା ଜଣାପଡ଼ିଛି। ସେ ରେଳ ଧାରଣାରେ ମେଟାଲ ବିଛାଇବା କାର୍ଯ୍ୟରେ ନିୟୋଜିତ ଥିଲେ।ସୂଚନା ଅନୁଯାୟୀ, ଭଗବାନ ମୁର୍ମୁ ପାଣି ଭାର ନେଇ ରେଳ ଲାଇନ୍ ଅତିକ୍ରମ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଘଟଣା ସମ୍ପର୍କରେ ଖବର ପାଇ ଯାଜପୁରରୋଡ ରେଳ ବାଇ ଏ ଏସ ଆଇ ସୁଶାନ୍ତ କୁମାର ସେଠୀ ଘଟଣାସ୍ଥଳ ରେ ପହଞ୍ଚି ମୃତକ ର ଶବ କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ନେଇଛନ୍ତି ।ଶନିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA