୨୨ତମ ସଚିବାଳୟ କପ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ ଆରମ୍ଭ
ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)-ଓଡ଼ିଶା ସଚିବାଳୟ କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଶନିବାର ୨୨ତମ ସଚିବାଳୟ କପ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ-୨୦୨୬ର ଶୁଭାରମ୍ଭ ହୋଇଯାଇଛି । ହାଇ-ଟେକ୍ କ୍ରିକେଟ୍ ଷ୍ଟାଡିୟମ୍ ରେ ଅନୁଷ୍ଠିତ ପ୍ରଥମ ପ୍ରତିଯୋଗିତାରେ ସୋଆ ବିଶ୍ୱବିଦ୍ୟାଳୟ ଦଳ ୨୫ ରନରେ ଜ୍ୟୋତି ଗ୍ରୁପ୍
hftjk


ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)-ଓଡ଼ିଶା ସଚିବାଳୟ କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଶନିବାର ୨୨ତମ ସଚିବାଳୟ କପ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ-୨୦୨୬ର ଶୁଭାରମ୍ଭ ହୋଇଯାଇଛି । ହାଇ-ଟେକ୍ କ୍ରିକେଟ୍ ଷ୍ଟାଡିୟମ୍ ରେ ଅନୁଷ୍ଠିତ ପ୍ରଥମ ପ୍ରତିଯୋଗିତାରେ ସୋଆ ବିଶ୍ୱବିଦ୍ୟାଳୟ ଦଳ ୨୫ ରନରେ ଜ୍ୟୋତି ଗ୍ରୁପ୍ କୁ ହରାଇଛି। ଜ୍ୟୋତି ଗ୍ରୁପ୍ ଟସ୍ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତି ନେଇଥିଲା । ସୋଆ ବିଶ୍ୱବିଦ୍ୟାଳୟ ପ୍ରଥମ ବ୍ୟାଟିଂ କରି ୭ ୱକେଟ୍ ରେ ୧୪୫ ରନ୍ ସଂଗ୍ରହ କରିଥିଲା । ପରେ ୧୪୮ ରନ୍ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଜ୍ୟୋତି ଗ୍ରୁପ୍ ୧୭ ଓଭରରେ ୧୨୦ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲେ । ଦେବୀ ପ୍ରସାଦ ସାହୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ସେହିପରି ଓଏଏସ୍ଏମ୍ଇ ଦ୍ୱିତୀୟ ମ୍ୟାଚ୍ରେ କୋଟାକ୍ ମହିନ୍ଦ୍ରାକୁ ହରାଇ ବିଜୟୀ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବା ଓଏଏସ୍ଏମ୍ଇ ୧୬ ଓଭରରେ ୧୫୧ ରନ୍ କରିଥିଲା । ଦଳ ପକ୍ଷରୁ ଭକ୍ତି ସାମଲ ୭୩ ରନ୍, ସୁବାସ ସିଂହ ୪୩ ରନ୍ ଏବଂ ମନିଷ ୧୯ ରନ୍ ସଂଗ୍ରହ କରିଥିଲେ । କୋଟାକ୍ ମହିନ୍ଦ୍ରାର ସୌମ୍ୟ ରଞ୍ଜନ ବିଶ୍ୱାଳ ୨୫ ରନ୍ ଦେଇ ଦୁଇଟି ୱିକେଟ୍ ପାଇଥିଲେ ।

ବିଜୟ ପାଇଁ ୧୫୨ ରନ୍ ଆବଶ୍ୟକ ଥିବାବେଳେ କୋଟାକ୍? ମହିନ୍ଦ୍ରା ୧୩ ଓଭରରେ ୮୪ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲେ । ଦଳ ପକ୍ଷରୁ ଶ୍ରୀକାନ୍ତ ସାହୁ ୩୭ ରନ୍ କରିଥିବାବେଳେ ଓଏଏସ୍ଏମ୍ଇର ମନିଷ ୧୬ ରନ୍ ଦେଇ ୫ଟି ୱିକେଟ୍ ହାସଲ କରିଥିଲେ । ମନିଷଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା ।

ରାଜେଶ ପାତ୍ର ଓ ରାଜେନ୍ଦ୍ର ନାୟକ ଉଭୟ ମ୍ୟାଚ୍ ରେ ଅମ୍ପାୟରିଂ କରିଥିବା ବେଳେ ସ୍କୋରର ଭାବେ ଶିବାଶିଷ ବେହେରା ଦାୟିତ୍ୱ ତୁଲାଇଥିଲେ। ପୋଷ୍ଟାଲ ଟିମର ପୂର୍ବତନ ଅଧିନାୟକ ଲିଙ୍ଗରାଜ ସାହୁ ପୁରସ୍କାର ପ୍ରଦାନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande