
ଭବାନୀପାଟଣା,୧୨ ଫେବୃଆରୀ(ହି.ସ.) – ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ବୋରଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ୬୧ବର୍ଷ ପରେ ବାର୍ଷିକ ଉତ୍ସବ ପାଳିତ ହୋଇଛି। ଏହି ଉତ୍ସବ ରେ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜୟ କୁମାର ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ହୃଷିକେଶ ନାଏକ, ଜଗଦିଶ ଚନ୍ଦ୍ର ମୁଣ୍ଡ, ବିବେକ ରଞ୍ଜନ ନାଗ, ସ୍ଥାନୀୟ ସରପଂଚ. ବାବୁଲି ବାଗ ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ହାଇ ସ୍କୁଲ, ଧନଞ୍ଜୟ ସାହୁ ସି ଆର ସି, ଦୁଷ୍ମନ୍ତ ମାଝୀ, ଲିଙ୍ଗରାଜ ଗହୀର, ଶିକ୍ଷାବିତ ପ୍ରମୁଖ ମଂଚାସିନ ହୋଇଥିଲେ। ଉଦଘାଟନୀ ଉତ୍ସବ ରେ ସ୍କୁଲ ପ୍ରଧାନ ଶିକ୍ଷକ ନିରାକାର ଶବର ପ୍ରାରଂବିକ ଅଭିଭାଷଣ ଏବଂ ବିବରଣୀ ପ୍ରଦାନ କରିଥିଲେ। ଏହି ସ୍କୁଲ ୧୯୬୫ ଜୁନ ୧୯ତାରିଖରେ ପ୍ରତିଷ୍ଠା ଲାଭ ହୋଇଥିଲା। ପରେ ୧୯୭୨ମସିହା ରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପାଇଥିଲା.ପ୍ରଥମେ ୪ଜଣ ଛାତ୍ରକୁ ନେଇ ବର୍ତମାନ ୨୬୫ଛାତ୍ର ଛାତ୍ରୀ ଅଧ୍ୟୟନ ରତ। ୫ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି। ଏହି ବିଦ୍ୟାଳୟର ପ୍ରଥମ ଶିକ୍ଷକଙ୍କୁ ସମର୍ଦ୍ଧିତ କରାଯାଇଥିଲା।୨୦/୦୮/୨୦୨୫ରେ ବର୍ତମାନର ପ୍ରଧାନ ଶିକ୍ଷକ ନିରାକାର ଶବର ନିଯୁକ୍ତି ହୋଇ ଥିଲେ ଏବଂ ଦୀର୍ଘ ୬୧ବର୍ଷ ପରେ ଏହି ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଥିବାରୁ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ଧନ୍ୟବାଦ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷା କାର୍ଯ୍ୟକ୍ରମ, ଖାଦ୍ୟ କାର୍ଯ୍ୟକ୍ରମ ଯାହାଜାହା ସବୁ ଠିକ ଭାବରେ ଚାଲୁଥିବା ପ୍ରକାଶ କରିଥିଲେ। ଏହି ବିଦ୍ୟାଳୟକୁ ସ୍ଥାନୀୟ ସରପଂଚଙ୍କ ଭୂମିକା, ସହାୟତାରେ ବିଦ୍ୟାଳୟ କୋଠା, ଇତ୍ୟାଦି ବିକାଶ ମୂଳକ କାର୍ଯ୍ୟକ୍ରମ ସବୁ ଠିକ ଭାବରେ ହୋଇଥିବା ପ୍ରକାଶ। ଅତିଥିମାନେ ଶିକ୍ଷା ଉପରେ ଛାତ୍ର ଛାତ୍ରୀ ଅଭିଭାବକମାନଙ୍କୁ ଠିକ ଉଚିତ ପରାମର୍ଶ ପ୍ରଦାନ କରିଥିଲେ। ଅଂଚଳର ଛାତ୍ର ଛାତ୍ରୀ ମାନଙ୍କ କଳାକୁ ଅନ୍ତର ନିହିତ ଶକ୍ତିଙ୍କୁ ଲୋକଲୋଚନଙ୍କୁ ଆଣିବାର ଏହି କାର୍ଯ୍ୟକ୍ରମ ପ୍ରେରଣା। ପରେ ସ୍କୁଲକୁ ଜମି ଦାନ କରିଥିବା ବ୍ୟକ୍ତିଙ୍କ ପୁଅମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଉର୍ଣ୍ଣିତ ଛାତ୍ର ଛାତ୍ରୀଙ୍କୁ ସଂମ୍ମାନିତ କରାଯାଇଥିଲା। ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିବାକୁ ପ୍ରଧାନ ଶିକ୍ଷକ ପ୍ରକାଶ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ