ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ଆଉ ୩ଦିନ, ପୀଠରେ ହେବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୦ପ୍ଲାଟୁନ ଫୋର୍ସ ମୁତୟନ
ଭଦ୍ରକ, ୧୨ ଫେବୃୟାରୀ (ହି.ସ.) - ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଆଉ ୩ଦିନ ରହିଲା। ଏହି ଜାଗରଯାତ୍ରାରେ ବାବାଙ୍କ ଦର୍ଶନ ସହ ଦୀପ ଜାଳିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏଥିପାଇଁ ପୀଠରେ ଭଦ୍ରକ ଏସପି ମନୋଜ ରାଉତଙ୍କ ସହ ଏଏସପି ଅଂଶୁମାନ ଦ୍ୱିବେଦୀ ପ୍ରମୁଖ ସ୍ଥିତି ପରଖିଛନ୍ତି
AKHANDALAMANI JAGAR YATRA AAU 3 DINA


ଭଦ୍ରକ, ୧୨ ଫେବୃୟାରୀ (ହି.ସ.) - ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଆଉ ୩ଦିନ ରହିଲା। ଏହି ଜାଗରଯାତ୍ରାରେ ବାବାଙ୍କ ଦର୍ଶନ ସହ ଦୀପ ଜାଳିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏଥିପାଇଁ ପୀଠରେ ଭଦ୍ରକ ଏସପି ମନୋଜ ରାଉତଙ୍କ ସହ ଏଏସପି ଅଂଶୁମାନ ଦ୍ୱିବେଦୀ ପ୍ରମୁଖ ସ୍ଥିତି ପରଖିଛନ୍ତି। ପବିତ୍ର ଜାଗରଯାତ୍ରା ଦିନ ଭକ୍ତମାନଙ୍କର ଭିଡ଼କୁ ଦୃଷ୍ଟିରେ ରଖି ପୀଠରେ ୪ଜଣ ମ୍‌ଯାଜିଷ୍ଟ୍ରେଟଙ୍କ ସହ ଏସପି ଶ୍ରୀ ରାଉତ, ୩ଜଣ ଏଏସପି, ୪ଜଣ ଡିଏସପି, ୧୫ଜଣ ଇନ୍ସପେକ୍ଟର , ୨୦ପ୍ଲାଟୁନ ଫୋର୍ସ ଓ ଟ୍ରାଫିକ ପୁଲିସ ନିୟୋଜିତ ରହିବେ। ପୀଠକୁ ଆସୁଥିବା ସମସ୍ତ ଛୋଟବଡ ଗାଡି ପାନ୍ଥନିବାସ ନିକଟେରେ ପାର୍କିଂ କରିବା ପାଇଁ ସ୍ଥିର କରାଯାଇଛି। ସେହିପରି ଭଦ୍ରକ ଠାରୁ ଆରଡି ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥାର କଡାକଡି କରାଯିବା ସହ ଜଳପଥ ଓ ସ୍ଥଳପଥରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯିବ। ବିଶେଷକରି ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଉଚ୍ଚ ପ୍ରଦାଧିକାରୀ ବ୍ୟାପକ ପୁଲିସ ଫୋର୍ସ ମୃତୟନ ରହିବେ। ଭିଡ଼କୁ ଦୃଷ୍ଟିରେ ରଖି ମେଡିକାଲ ଛକ ଠାରୁ ଶିବପ୍ଲାଜା ଯାଏଁ ସିସିଟିଭି କ୍ୟାମେରା ଲଗାଯିବା ସହ ଡ୍ରୋନ ଦ୍ୱାରା ଅସାମାଜିକ ବ୍ୟକ୍ତିମାନଙ୍କ ପ୍ରତି ନଜର ରଖାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଲକ୍ଷାଧିକ ଭକ୍ତମାନଙ୍କର ଆଗମନକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପୀଠରେ ପାନୀୟଜଳ ଯୋଗାଣ, ବିଦ୍ୟୁତ, ପରିମଳ ଆଦି ଯେଉଁ ପ୍ରସ୍ତୁତି ହୋଇଥିଲା। ତାହା ଶେଷ ପର୍ଯ୍ୟାୟରେ ପହଂଚିଛି ଥିବା ବେଳେ ଯାତାୟତ ନିମନ୍ତେ ରାସ୍ତା ମରାମତି ହେଉନଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande