
ଜୟପୁର, ୧୨ ଫେବ୍ରୁଆରି (ହି.ସ.) - ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାରିତ କରି ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଅପମାନ କରିବା ଉଦ୍ଦେଶ୍ୟରେ ଆଜି କୋରାପୁଟ ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ନିହାର ରଞ୍ଜନ ବିଷୋୟୀ ଟାଉନଥାନାରେ ଏତଲା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏକ ସାମାଜିକ ଗଣମାଧ୍ୟମରେ ବୋରିଗୁମ୍ମା ପଂଚାୟତ ସମିତି ଅନ୍ତର୍ଗତ ବୋଡିଗାଁ ଗ୍ରାମ ପଂଚାୟତର ଘର କାମକୁ ନେଇ ଫେସବୁକ ପୃଷ୍ଠାରେ ‘ଘର ଖାଇଗଲା ଭାଲୁ’ ବୋଲି ଖବର ପ୍ରସାରିତ କରାଯାଉଛି। ଏହି ଖବରର କୌଣସି ସତ୍ୟତା ନାହିଁ। କେବଳ ଜନସାଧାରଣଙ୍କୁ ଭ୍ରମିତ କରିବା ପାଇଁ ଏହିପରି ପ୍ରୟାସ କରାଯାଇଛି। ଏଣୁ ଯେଉଁ ବ୍ୟକ୍ତି ଏହାକୁ ଗଣମାଧ୍ୟମରେ ପ୍ରଚାର ପ୍ରସାର କରିଛି ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି