ଔଦ୍ୟୋଗିକ ସମ୍ବନ୍ଧ ସଂହିତା(ସଂଶୋଧନ) ବିଧେୟକ, ୨୦୨୬ ଲୋକସଭାରେ ପାରିତ
ନୂଆଦିଲ୍ଲୀ,୧୨ ଫେବୃଆରୀ(ହି.ସ.) – ଲୋକସଭା ଗୁରୁବାର ଦିନ ଔଦ୍ୟୋଗିକ ସମ୍ବନ୍ଧ ସଂହିତା(ସଂଶୋଧନ) ବିଧେୟକ, ୨୦୨୬କୁ ପାରିତ କରିଛି, ଯାହାର ଉଦ୍ଦେଶ୍ୟ ଇଣ୍ଡଷ୍ଟ୍ରିୟଲ ରିଲେସନ କୋଡ଼, ୨୦୨୦ରେ ପରିବର୍ତନ କରିବା। କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ, ଡା. ମନସୁଖ ମାଣ୍ଡବିୟା ଏହାପୂର୍ବରୁ ଗୃହରେ ଆଜି ଏହ
ଔଦ୍ୟୋଗିକ ସମ୍ବନ୍ଧ ସଂହିତା(ସଂଶୋଧନ) ବିଧେୟକ, ୨୦୨୬ ଲୋକସଭାରେ ପାରିତ


ନୂଆଦିଲ୍ଲୀ,୧୨ ଫେବୃଆରୀ(ହି.ସ.) – ଲୋକସଭା ଗୁରୁବାର ଦିନ ଔଦ୍ୟୋଗିକ ସମ୍ବନ୍ଧ ସଂହିତା(ସଂଶୋଧନ) ବିଧେୟକ, ୨୦୨୬କୁ ପାରିତ କରିଛି, ଯାହାର ଉଦ୍ଦେଶ୍ୟ ଇଣ୍ଡଷ୍ଟ୍ରିୟଲ ରିଲେସନ କୋଡ଼, ୨୦୨୦ରେ ପରିବର୍ତନ କରିବା। କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ, ଡା. ମନସୁଖ ମାଣ୍ଡବିୟା ଏହାପୂର୍ବରୁ ଗୃହରେ ଆଜି ଏହି ବିଧେୟକକୁ ବିଚାର ଏବଂ ପାସ୍ କରିବା ପାଇଁ ଆଗତ କରିଥିଲେ । କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ଲୋକସଭାରେ ଔଦ୍ୟୋଗିକ ସମ୍ବନ୍ଧ ସଂହିତା ବିଧେୟକ ୨୨୬ରେ ହୋଇଥିବା ଚର୍ଚ୍ଚାର ଜବାବ ଦେଇ କହିଛନ୍ତି ଯେ ପ୍ରଥମେ ଖାଦାନରେ କାମ କରୁଥିବା ବା ସ୍ୱେରେଜ ସଫା କରୁଥିବା ଶ୍ରମିକଙ୍କ ପାଇଁ କମ୍‌ସେ କମ୍ ୧୦ କାମ କରୁଥିବା କମ୍ପାନୀର ଶ୍ରମିକଙ୍କୁ ଇଏସ୍‌ଆଇସିରେ ଚିକିତ୍ସା ସୁବିଧା ଥିଲା। ଡା. ମନସୁଖ ମାଣ୍ଡବିୟା କହିଛନ୍ତି ଯେ ଶ୍ରମ ସଂହିତାରେ ବିପଦ ଥିବା ଅଂଚଳର ଶ୍ରମିକ ଯଦି ୧୦ରୁ କମ୍ ହେବ, ତେବେ ଇଏସ୍‌ଆଇସିରେ ଉପଚାର ସୁବିଧା ମିଳିବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande