
ନୂଆଦିଲ୍ଲୀ,୧୨ ଫେବୃଆରୀ(ହି.ସ.) – କେରଳର ତିରୁବନ୍ତପୁରମ ନଗର ନିଗମର ନବ ନିର୍ବାଚିତ ବିଜେପି ପାର୍ଷଦ ତଥା କେରଳର ଅନ୍ୟ ସ୍ଥାନୀୟ ନିକାୟୋମାନେ ପାର୍ଟିର ପ୍ରାୟ ୧୨୦ ସଦସ୍ୟଙ୍କ ଏକ ପ୍ରତିନିଧିମଣ୍ଡଳ ଗୁରୁବାର ଦିନ ସଂସଦ ଭବନ ପହଂଚିଛନ୍ତି। ତିନିଦିନିଆ ପ୍ରଶାସନିକ ଏବଂ ସୁଶାସନ କୌଶଳ ବିକାସ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଦିଲ୍ଲୀ ପହଂଚିଛନ୍ତି।
ଏହି ପ୍ରତିନିଧିମଣ୍ହଳରେ ନଗର ପାଳିକା ଅଧ୍ୟକ୍ଷ, ଗ୍ରାମ ପଂଚାୟତ ଅଧ୍ୟକ୍ଷ ଏବଂ ସଂଦୀୟ ଦଳର ନେତା ସାମିଲ ଅଛନ୍ତି। ପ୍ରତିନିଧିମଣ୍ଡଳ ଭାରତୀୟ ଜନତା ପାର୍ଟି ମୁଖ୍ୟାଳୟରେ ଚାରି ବିଶେଷ ପ୍ରଶିକ୍ଷଣ ଅଧିବେଶନରେ ଭାଗ ନେବ।
ତିରୁବନ୍ତପୁରମର ମେୟର ବି.ବି. ରାଜେଶ କହିଛନ୍ତି ଯେ ପ୍ରତିନିଧିମଣ୍ଡଳ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ, କେନ୍ଦ୍ରୀୟ ଆବାସ ମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଏବଂ ପାର୍ଟିର ଅନ୍ୟ ବରିଷ୍ଠ ନେତାମାନଙ୍କ ସହିତ ସାକ୍ଷାତ କରିଛନ୍ତି।
ସେ କହିଛନ୍ତି ଯେ ଏହି ଗସ୍ତ ସମୟରେ ରାଜ୍ୟର ବିକାଶ କାର୍ଯ୍ୟ, କେନ୍ଦ୍ରର ସହଯୋଗ ଏବଂ ବିଭିନ୍ନ ଯୋଜନାର ଉତମ ସମନ୍ୱୟ ଉପରେ ବିସ୍ତୃତ ଚର୍ଚ୍ଚା କରାଯାଉଛି।
ପାର୍ଷଦ ଦିଲ୍ଲୀପ କହିଛନ୍ତି ଯେ କେରଳରୁ ଆସିଥିବା ୧୨୦ ଜନତାଙ୍କ ପ୍ରତିନିଧିମାନେ ସଂସଦର ବଜେଟ୍ ଅଧିବେଶନକୁ ଦେଖିଥିଲେ। ଏବେ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବେ। ଏହାପରେ ଲୋକସଭା ଅଧ୍ୟକ୍ଷ ଓମ୍ ବିରଲାଙ୍କ ସହିତ ସାକ୍ଷାତ ମଧ୍ୟ କରିବେ। ସେ କହିଛନ୍ତି ଯେ ଏହା ପୂର୍ବରୁ କେତେକ ବରିଷ୍ଠ ନେତାମାନଙ୍କ ସହିତ ସାକ୍ଷାତ କରିଛନ୍ତି ଏବଂ ସେମାନଙ୍କ ଠାରୁ ମାର୍ଗ ଦର୍ଶନ ପ୍ରାପ୍ତ ହେଉଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି