ଜିଲ୍ଲା ପ୍ରଶାସନ ମାନବ ଚାଲାଣ ରୋକିବାରେ ବିଫଳ ଯୋଜନା ବାଟମାରଣା, ଦାଦନ ଯାଉଛନ୍ତି ଲୋକେ
ଜୟପୁର, ୧୨ ଫେବ୍ରୁଆରି (ହି.ସ.) - ଅବିଭକ୍ତ କୋରାପୁଟ ଜିଲା ଦାଦନ ସମସ୍ୟା ପାଇଁ ସୂତବ ପରିଚୟ ପାଇଥିବା ବେଳେ ବିଗତ ୪ ଦଶନ୍ଧି ମଧ୍ୟରେ ଏହି ଅଂଚଳର ବିକାଶ ପାଇଁ ଶତାଧିକ ଯୋଜନା କାର୍ଯ୍ୟକାରୀ ହୋଇ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଆସୁଛି । ସେ ସବୁର ବାସ୍ତବ ରୂପାୟନ ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ
ଜିଲ୍ଲା ପ୍ରଶାସନ ମାନବ ଚାଲାଣ ରୋକିବାରେ ବିଫଳ ଯୋଜନା ବାଟମାରଣା, ଦାଦନ ଯାଉଛନ୍ତି ଲୋକେ


ଜୟପୁର, ୧୨ ଫେବ୍ରୁଆରି (ହି.ସ.) - ଅବିଭକ୍ତ କୋରାପୁଟ ଜିଲା ଦାଦନ ସମସ୍ୟା ପାଇଁ ସୂତବ ପରିଚୟ ପାଇଥିବା ବେଳେ ବିଗତ ୪ ଦଶନ୍ଧି ମଧ୍ୟରେ ଏହି ଅଂଚଳର ବିକାଶ ପାଇଁ ଶତାଧିକ ଯୋଜନା କାର୍ଯ୍ୟକାରୀ ହୋଇ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଆସୁଛି । ସେ ସବୁର ବାସ୍ତବ ରୂପାୟନ ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ । ଫଳ ସରୂପ ସାମାଜିକ, ଅର୍ଥ ନୈତିକ ଦୃଷ୍ଟି କୋଣରୁ ଏହି ଅବିଭକ୍ତ କୋରାପୁଟ ଜିଲା ରାୟଗଡା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲା ରାଜ୍ୟର ଅନ୍ୟାନ୍ୟ ଜିଲା ଅପେକ୍ଷା ବେଶ ଢେର ପଛରେ ରହି ଯାଇଛି । ସମସ୍ୟାର ସମାଧାନ ହୋଇ ପାରୁନାହିଁ । ଲୋକେ କାମ ଧନ୍ଦା ଅଭାବରୁ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ଦେଖିବାକୁ ମିଳିଛି । ଦାଦନ ଶ୍ରମିକ ମାନେ ଅନେକ ସମୟରେ ଠିକାଦାର, ଦଲାଲ ହାବୁଡ଼ରେ ପଡି ଶୋଷିତ ଓ ଅତ୍ୟାଚାର ହେଉଛନ୍ତି । ବର୍ଷ ବର୍ଷ ବିତି ଯାଉଥିଲେ ହେଁ, ସେମାନଙ୍କର ସମସ୍ୟାର ସମାଧାନ ହୋଇ ପାରୁନାହଁ । ଅନ୍ୟପକ୍ଷରେ ମଣିଷ ବେପାର କରୁଥିବା ଦଲାଲ, ଠିକାଦାର ମାଲେମାଲ । ଜିଲ୍ଲାର ବିଭିନ୍ନ ବ୍ଲକରେ ଦାଦନ ସମସ୍ୟା ଦେଖାଦେଇଥିବା ବେଳେ ଏହି ବ୍ଲକ ମାନଙ୍କରେ କୋଣ ଅନୁକୋଣ ରୁ ହଜାର ହଜାର ଶ୍ରମିକ ମାନେ କେରଳ,ଆନ୍ଦ୍ରାପ୍ରଦେଶ, ବାଙ୍ଗାଲୋର, ତାମିଲନାଡୁ,ସୁରତ, ତେଲେଙ୍ଗନା ଓ ଛତିଶଗଡ ଭଳି ରାଜ୍ୟର ଅନେକ ସ୍ଥାନରେ ଇଟାଭାଟି ମାନଙ୍କ ରେ କାମ କରିବାକୁ ଯାଉଥିବା ଦେଖିବାକୁ ମିଳିଛି । ଦାଦନ ସମସ୍ୟା ହେବାର ମୁଖ୍ୟ କାରଣ ହେଲା ଜିଲାରେ ଶତାଧିକ ଯୋଜନା କାର?୍ୟ୍ୟକାରି ହୋଇ ତାର ବ୍ୟାପକ ବାଟ ମାରଣା ହେବା ଯୋଗୁଁ ଶ୍ରମିକ ବାହାର ରାଜ୍ୟ ଦାଦନ ଖଟିବା ପାଇଁ ଯାଉଛନ୍ତି । ଏହି ଶ୍ରମିକ ବେପାର ରେ ନେତା, ଅସାଧୁ କର୍ମଚାରି, ଓ କୁଜି ନେତା ମାନଙ୍କ ଜାଣତରେ ହେଉଥିବା ସ୍ପଷ୍ଟ ହୋଇ ଆସୁଛି । ଦାଦନ ରୋକିବାରେ ଏହି ଯୋଜନା ଫେଲ ମାରୁଥିବା ଅଭିଯୋଗ ହେଉଛି । ମହାନ ଗଣପର୍ବ ନୂଆଖାଇ ପରେ ପରେ ଶ୍ରମିକ ଶ୍ରେଣୀର ଲୋକେ ଦାଦନ ଖଟିଯିବା ପାଇଁ ଦଲାଲ ମାନଙ୍କ ଠାରୁ ଅଗ୍ରିମ ଟଙ୍କା ନେଇଥାନ୍ତି । ଯାହା ଫଳରେ ଜ଼ିଲ୍ଲାର ପ୍ରତେକ ବ୍ଲକ ରୁ ରୁ ହଜାର ହଜାର ଅନୁସୂଚିତ ଜାତି,ଜନଜାତି ଓ ପଛୁଆ ବର୍ଗର ଲୋକେ ଦାଦନ ଖଟି ଯାଉଥିବା ଦେଖିବାକୁ ମିଳୁଛି । ଜିଲ୍ଲାରୁ ବାହାର ରାଜ୍ୟକୁ ଶ୍ରମିକ କୁ ଦାଦନ ଖଟିବା ପାଇଁ ଯାଉଛନ୍ତି ତାହା ଜିଲ୍ଲା ଶ୍ରମବିଭାଗ ପାଖରେ ସଠିକ ତଥ୍ୟ ନାହିଁ । ଜିଲ୍ଲା ଓ ବାହାର ର ଦଲାଲ ମାନେ ଜିଲ୍ଲାକୁ ଆସି ଖୋଲମ ଖୋଲା ବେଆଇନ ଭାବେ ବାହାର ରାଜ୍ୟକୁ ମାନବ ଚାଲାଣ ହେଉଥିବା ଦେଖି ମଧ୍ୟ ପ୍ରଶାସନ ନୀରବ ଦୃଷ୍ଟି ସାଜି ଦଲାଲ ପାଖରୁ କିଛି ଟଙ୍କା ନେଇ ଚୁପ ହେଉଛନ୍ତି । ଅନ୍ୟ ପକ୍ଷରେ ଦଲାଲକୁ ଶ୍ରମିକ ନେବାରେ ସାହାଯ୍ୟ କରୁଥିବା ଅଭିଯୋଗ ହେଉଛି । ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ରେଲ ଓ ବସ ଯୋଗେ ମାନବ ଚାଲାଣ ହେଉଛି । କିନ୍ତୁ ଜ଼ିଲ୍ଲା ପୋଲିସ ପ୍ରଶାସନ ଓ ଶ୍ରମବିଭାଗ ନିରବ ଦୃଷ୍ଟି ସାଜିଛନ୍ତି ।ଆଖି ଆଗରେ ମାନବ ଚାଲାଣ ହେଉଛି ହେଲେ ଆଖି ବନ୍ଦ କରି ରହୁଛନ୍ତି ଅଧିକାରୀ । ରାଜ୍ୟ ସରକାର ଓ ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପର୍ଯ୍ୟାପ୍ତ କାମ ଯୋଗାଇ ଦେଇ ଦାଦନ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande