ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଭାବେ ଶ୍ରମିକ ଓ କୃଷକଙ୍କ ବନ୍ଦ ଧର୍ମଘଟ ସମ୍ପର୍ଣ୍ଣ
ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଭାବେ  ଶ୍ରମିକ ଓ କୃଷକଙ୍କ ବନ୍ଦ୍ ଧର୍ମଘଟ ସମ୍ପର୍ଣ୍ଣ
ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଭାବେ ଶ୍ରମିକ ଓ କୃଷକଙ୍କ ବନ୍ଦ ଧର୍ମଘଟ ସମ୍ପର୍ଣ୍ଣ


ସମ୍ବଲପୁର,୧୨ ଫେବୃଆରୀ(ହି.ସ.) – ନୂଆ ଶ୍ରମ କୋଡ଼ ପ୍ରତ୍ୟାହାର, ଶ୍ରମିକ କୃଷକଙ୍କ ସୁରକ୍ଷା, ଯୁକ୍ତରାଷ୍ଟ୍ର ସହିତ ବାଣିଜ୍ୟକ ଚୁକ୍ତି ବାତିଲ ଦାବିରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ମିଳିତ ମଂଚ ପକ୍ଷରୁ ଧର୍ମଘଟ ଡାକରା ଫଳରେ ଆଜି ଏଠାରେ ସାଧାରଣ ଜୀବନ ଯାତ୍ରା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ସକାଳୁ ୧୨ ଘଂଟିଆ ଦେଶବ୍ୟାପୀ ଭାରତ ବନ୍ଦ ପାଳନ ହେଉଛି। ସମଗ୍ର ଜିଲ୍ଲାରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଟ୍ରେଡ଼ ୟୁନିୟନ, କୃଷକ ସଂଗଠନ ଏବଂ ବିଭିନ୍ନ ରାଜନୈତିକ ଦଳ ର କର୍ମୀ ମାନେ ବାଇକ ରେଲି ସହିତ ସ୍ଥାନେ ସ୍ଥାନେ ପିକେଟିଙ୍ଗ ଓ ରାସ୍ତାରୋକ କରିଥିଲେ। ଫଳରେ ସମ୍ବଲପୁର ସହରରେ ପ୍ରାୟ ସମସ୍ତ ଦୋକାନ, ବଡ଼ ବଡ଼ ସୋ 'ରୁମ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ପେଟ୍ରୋଲ ପମ୍ପ, ସରକାରୀ ବେସରକାରୀ ବସ ଚଲାଚଳ ବନ୍ଦ ରହିଛି। ସେହିପରି ସରକାରୀ ଓ ଘରୋଇ ବୀମା, ବ୍ୟାଙ୍କ ସହିତ ଆôର୍ଥକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲିପାରିନଥିଲା। ମନରେଗା ବଂଚାଓ, ଜି-ରାମ-ଜି ଆଇନକୁ ପ୍ରତ୍ୟାହାର, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ, ବିଦ୍ୟୁତ ବିଲ ସଂଶୋଧନ, କୃଷକ ବିରୋଧୀ ବିଲ-୨୦୨୫କୁ ବାତିଲ ଆଦି ଶ୍ରମିକ ଓ କୃଷକ ତଥା ଜନ ବିରୋଧୀ ଆଇନ ବାତିଲ ନାରା ଦେଇ ଆନ୍ଦୋଳନକାରୀମାନେ ସହରର ବିଭିନ୍ନ ରାସ୍ତା, ଛକରେ ରାସ୍ତା ଅବରୋଧ କରିଛନ୍ତି। ତେବେ ଔଷଧ ଦୋକାନ ଓ କିଛି ଖାଦ୍ୟ ଷ୍ଟଲ ଖୋଲାଥିବାବେଳ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏହି ବନ୍ଦ ରୁ ସମସ୍ତ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆ ଯାଇଥିବା ଦେଖିବାକୁ ମିଳିଛି। ଅଇଁଠାପାଲି, ଧନୁପାଲି, ସିନ୍ଦୁରପଙ୍କ, ଚୌଧୁରୀ ଛକ, ରେମେଡ଼ଛକ ଆଦି ସମ୍ବଲପୁରର ସମସ୍ତ ପ୍ରବେଶ ପଥକୁ ସଂଯୋଗ କରୁଥିବା ବିଭିନ୍ନ ଜାତୀୟ ରାଜପଥ ଉପରେ ଭାରୀଯାନ ଗୁଡ଼ିକ ଲମ୍ବା ଲାଇନରେ ଛିଡ଼ା ହୋଇ ରହିଥିଲା। ଫଳରେ ଜାତୀୟ ରାଜପଥ ଜାମର ଭ୍ରମ ସୃଷ୍ଟି କରିଛି। ଅଇଁଠାପାଲି ବସ ଟର୍ମିନାଲରେ ଉଭୟ ବେସରକାରୀ ଓ ଆମ ବସ ଗୁଡ଼ିକ ଅଟକି ରହିଥିଲା। ସହର ବାହାରେ କାଁ ଭାଁ ଅଟୋ ଓ ଚାରିଚକିଆ ଯାନ ଚଳାଚଳ କରୁଥିବା ବେଳେ ସହର ମଧ୍ୟରେ ଚଳାଚଳ ବନ୍ଦ ରହିଛି। ତେବେ ଦୁଇ ଚକିଆ ଯାନ ଚଳାଚଳକୁ ବନ୍ଦକୁ ବାଦ ଦିଆଯାଇଛି। ଏଚ୍‌ଏମ୍‌ଏସ୍ ସମ୍ପାଦକ ସଞ୍ଜିତ ମହାନ୍ତି ଧର୍ମଘଟ ସମ୍ପୂର୍ଣ୍ଣ ସଫଳ ହୋଇଛି ଓ ଏଥିପାଇଁ ସେ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଚଏମଏସ, ଏଆଇଟିୟୁସି, ସିଆଇଟିୟୁ, ଓଡିଶା କେନ୍ଦୁପତ୍ର କର୍ମଚାରୀ ମହାସଂଘ, ସମ୍ବଲପୁର ଶ୍ରମିକ କର୍ମଚାରୀ ସମନ୍ୱୟ ସମିତି, ଓ ଏସଆରୟୁ ପ୍ରଭୃତି ସଂଗଠନ ଏହି ଧର୍ମଘଟ ରେ ସାମିଲ ହୋଇଥିଲେ। ଅପର ପକ୍ଷରେ ସୁରକ୍ଷା ଓ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ବିଭିନ୍ନ ଛକରେ ପୋଲିସ ଅଧିକାରୀଙ୍କ ସହ ସୁରକ୍ଷାକର୍ମୀ ମୁତୟନ ହୋଇଥିବା ଦେଖାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande