

ସମ୍ବଲପୁର, ୧୨, ଫେବ୍ରୁଆରୀ (ହି.ସ.) - ଓଡିଶା ସାଂସ୍କୃତିକ ସମାଜ ଓ ଗାୟତ୍ରୀ ସନ୍ତୋଷ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ କିସିଣ୍ଡା ସରକାରୀ ହାଇସ୍କୁଲ ଠାରେ 'ଆମ ସଂସ୍କୃତି, ଆମ ଇତିହାସ' ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସଭାପତି ଡ. ପରେଶ୍ ଚନ୍ଦ୍ର ଦାନିଙ୍କ ସଭାପତିତ୍ୱରେ କରି ଛାତ୍ରଛାତ୍ରୀ ମାନଙ୍କୁ ନିଜ ସଂସ୍କୃତି ଓ ଇତିହାସ ବିଷୟରେ ନିଜ ଜାଣି ସେଥିପାଇଁ ନିଜକୁ ଗର୍ବିତ କରିବା ଉଚିତ୍ ବୋଲି ଅଭିହିତ କରିଥିଲେ। ସମ୍ପାଦକ ଦୀନବନ୍ଧୁ ପଣ୍ଡା ଅନୁଷ୍ଠାନର ଆଭିମୁଖ୍ୟ ସୂଚନା ଦେଇଥିଲେ। ପ୍ରଧାନ ଶିକ୍ଷକ ଶ୍ର ଅରୁଣ କୁମାର ପ୍ରଧାନ ଏପରି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ର ଛାତ୍ରୀ ମାନେ ନିଜ ସଂସ୍କୃତି,ଇତିହାସ ଉପରେ ସଚେତନ ହୋଇପାରିବେ। କିଶିଣ୍ଡା ସରପଂଚ ରୀନାରାଣୀ ନାୟକ ଏବଂ ସ୍କୁଲ ପୁରାତନ ଛାତ୍ର ସଂସଦ ସଭାପତି ଅତ୍ୟୁଲ ପ୍ରସାଦ ରାଉଳ ଗୋଟାଏ ଜାତି ନିଜ ସଂସ୍କୃତି ଓ ଉଚ୍ଚ ପରମ୍ପରା ପାଇଁ ନିଜ ଶ୍ରେଷ୍ଠତା ପ୍ରତିପାଦନ କରିଥାଏ। ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଲଳିତ ମୋହନ ବେବର୍ତା ଏବଂ ଜନଶିକ୍ଷା ସମିତି ସଭ୍ୟ ପ୍ରମୋଦ କୁମାର ପଟ୍ଟନାୟକ ଉନ୍ନତ ସଂସ୍କୃତି ସମ୍ପନ୍ନ ଦେଶ ଆନ୍ତର୍ଜାତୀୟ ସ୍ତରରେ ନିଜକୁ ସୁପ୍ରତିଷ୍ଟିତ କରିଥାଏ। କୁଇଜ ରେ ମମତା ମାଝୀ ପ୍ରଥମ,ତୃପ୍ରିମଞ୍ଜରି ମାଝୀ ଦ୍ୱିତୀୟ ଓ ପପୁ ବିଶ୍ୱାଳ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଉଥିଲେ । ନିରୁପମା ପରୁଆ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିବା ବେଳେ ସଂଯୋଜକ ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ରୁକ୍ମିଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ