ଜାଗରଯାତ୍ରା ପାଇଁ ଉତ୍ସବ ମୁଖର ଆଖଣ୍ଡଳମଣି ପୀଠ, ଆଜି ଏକବାର ; କାଲି ଜାଗର, ଅପରାହ୍ଣ ୫ଟାରେ ମନ୍ଦିର ଚୂଡାରେ ନେତଲାଗି, ସନ୍ଧ୍ୟାରେ ଏକବାର ଅନ୍ନ ନୀତିଭୋଗ
ଭଦ୍ରକ, ୧୩ ଫେବୃୟାରୀ (ହି.ସ.) - ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ପାଇଁ ଉତ୍ସବମୁଖର ଆରଡିପୀଠ। ଆଜି(ଶନିବାର) ମନ୍ଦିରରେ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ ଏକବାରନୀତି, ଭୋର ୪ଦ୩୦ରେ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ ସମ୍ପନ୍ନ ହେବା ପରେ ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍
AKHANDLAMANI PITHA JAGAR YATRA PRASTUTI


ଭଦ୍ରକ, ୧୩ ଫେବୃୟାରୀ (ହି.ସ.) - ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ପାଇଁ ଉତ୍ସବମୁଖର ଆରଡିପୀଠ। ଆଜି(ଶନିବାର) ମନ୍ଦିରରେ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ ଏକବାରନୀତି, ଭୋର ୪ଦ୩୦ରେ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ ସମ୍ପନ୍ନ ହେବା ପରେ ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ କରାଯାଇ ମଣିବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍‌ଯଭୋଗ ଲାଗି କରାଯିବ। ପରେ ସକାଳ ୫ଟାରୁ ମଧ୍ୟାହ୍ନ ୧ଟଯାଏଁ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତମାନେ ସାହଣମେଲା ଦର୍ଶନ କରିବେ। ଅପରାହ୍ଣ ୪ଟା ସୁଧା ମଣିବାବାଙ୍କର ସମସ୍ତ ସକାଳ ଧୂପ ସରିବା ପରେ ଗର୍ଭଗୃହ ମାର୍ଜନା କରାଯାଇ ନୂଆ ଚାନ୍ଦୁଆ ଲାଗି ହେବା ସହ ମନ୍ଦିରଚୂଡାରେ ନୂଆନେତ ଲାଗି କରାଯିବ। ପରେ ମଣିବାବାଙ୍କର ବଡସିଂହାର ବେଶ ସହ ସଂଧ୍ୟାରେ ଏକବାର ଅନ୍ନଭୋଗ ନୀତି ଲାଗି କରାଯିବ। ଜାଗରଯାତ୍ରାର ଚୂଡାନ୍ତ ନୀତିନୀର୍ଘଂଟ - ଭୋର ୪ଟା ଦ୍ୱାର ଫିଟା ଓ ମଙ୍ଗଳ ଆଳତି, ସକାଳ ୫ଟା କନିକାରାଜାଙ୍କ ପହିଲି ଘର୍ଷଣଲାଗି ଓ ଜଳାଭିଷେକ, ସକାଳ ୫ଟା ୩୦ରେ ପାଳିଆ ସେବାୟତ ପକ୍ଷରୁ ପହିଲି ୍ୱଢାଭାତ ଅନ୍ନନୀତି ଭୋଗ ଲାଗି, ସକାଳ ୫ଟାରୁ ରାତ୍ର ୧୨ଟା ଯାଏଁ ଶ୍ରଦ୍ଧାଳୁଭକ୍ତଙ୍କ ସାହାଣମେଲା ଦର୍ଶନ, ସଂଧ୍ୟା ୬ଟାରେ ପ୍ରଥମ ପ୍ରହର ରୁଦ୍ରାଭିଷେକ, ଜଳଲାଗି, ମଧୁ, କ୍ଷିର ସ୍ନାନ, ପଂଚ ଉପଚାର ପୂଜା, ସଂଧ୍ୟା ୭ଟା ୩୦ରେ ଦ୍ୱିତୀୟ ପ୍ରହର ରୁଦ୍ରାଭିଷେକ, ପଂଚ ଉପଚାର ପୂଜା, ସଂଧ୍ୟା ଆଳତୀ, ରାତ୍ର ୯ଟାରେ ତୃତୀୟ ପ୍ରହର ମହାସ୍ନାନ, ରୁଦ୍ରାଭିଷେକ, ଜଳଲାଗି ପଂଚ ଉପଚାର ପୂଜା , ରାତ୍ର ୧୦ଟା୩୦ରେ ଚତୁର୍ଥ ପ୍ରହର ରୁଦ୍ରାଭିଷେକ, କ୍ଷିର, ମଧୁ, ପଂଚାମୃତ ସ୍ନାନ, ୧୦୮କଳସ ଜଳଲାଗି, ପଂଚ ଉପଚାର ପୂଜା, ବଡ଼ ଆଳତୀ, ରାତ୍ର ୧ଟାରେ ସୁନାବେଶ ଦର୍ଶନ, ରାତ୍ର ୩ଟାରେ ମହାଦୀପ ପ୍ରସ୍ତୁତି, ଗୁପ୍ତ ଷୋଡ଼ଶ ଉପଚାର ପୂଜା, ମହାଦୀପ ପ୍ରତିଷ୍ଠା ଓ ଅଗ୍ନି ସଂଯୋଗ, ଭୋର ୪ଟାରେ ମହାଦୀପ ବେଢ଼ା ପରିକ୍ରମା , ଭୋର ୪ଟା୩୦ରେ ମହାଦୀପ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ମନ୍ଦିର ଚୂଡାରେ ସ୍ଥାପନ, ସକାଳ ୫ଟାରୁ ୬ଟା ଯାଏ ପୁର୍ନବାର ସୁନାବେଶ ଦର୍ଶନର ନୀତିନିର୍ଘଂଟ ରହିଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande