ପ୍ରେରଣା ମହିଳା ସଂଗଠନ ପକ୍ଷରୁ ପରିଚାଳିତ “ ବର୍ତ୍ତନ ଭଣ୍ଡାର” ର ଉଦ୍ଘାଟନ କଲେ ବିଧାୟକ
ପ୍ରେରଣା ମହିଳା ସଂଗଠନ ପକ୍ଷରୁ ପରିଚାଳିତ “ ବର୍ତ୍ତନ ଭଣ୍ଡାର” ର ଉଦ୍ଘାଟନ କଲେ ବିଧାୟକ ନୂଆପଡା, ୧୩ ଫେବୃଆରୀ (ହି.ସ.)- ନୂଆପଡା ବସଷ୍ଟାଣ୍ଡ ପରିସରରେ ପ୍ରେରଣା ମହିଳା ସଂଗଠନ ତରଫରୁ ପରିଚାଳିତ “ ବର୍ତ୍ତନ ଭଣ୍ଡାର” ର ଶୁଭ ଉଦ୍ଘାଟନ ମାନ୍ୟବର ନୂଆପଡା ବିଧାୟକ ଜୟ ଢୋଲକିଆଙ୍କ ଦ୍ଵାରା ସମ୍ପ
Barttan Bhandar inauguration


ପ୍ରେରଣା ମହିଳା ସଂଗଠନ ପକ୍ଷରୁ ପରିଚାଳିତ “ ବର୍ତ୍ତନ ଭଣ୍ଡାର” ର ଉଦ୍ଘାଟନ କଲେ ବିଧାୟକ

ନୂଆପଡା, ୧୩ ଫେବୃଆରୀ (ହି.ସ.)-

ନୂଆପଡା ବସଷ୍ଟାଣ୍ଡ ପରିସରରେ ପ୍ରେରଣା ମହିଳା ସଂଗଠନ ତରଫରୁ ପରିଚାଳିତ “ ବର୍ତ୍ତନ ଭଣ୍ଡାର” ର ଶୁଭ ଉଦ୍ଘାଟନ ମାନ୍ୟବର ନୂଆପଡା ବିଧାୟକ ଜୟ ଢୋଲକିଆଙ୍କ ଦ୍ଵାରା ସମ୍ପନ୍ନ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଢୋଲକିଆଙ୍କ ସମେତ ସାମାଜିକ କର୍ମୀ ଶେଖର ଜୈନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସାମ୍ବାଦିକ ସଙ୍ଘ (ଜାନ)ସଭାପତି ଘନଶ୍ୟାମ ଭୋଇ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ | ଏହି ଅବସରରେ ମାନ୍ୟବର ବିଧାୟକ କହିଲେ ଯେ, ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ସଂଗଠନର ସମସ୍ତ ସଦସ୍ୟା ବିଭିନ୍ନ ସମାରୋହରେ ଷ୍ଟିଲ ଥାଳି ବ୍ୟବହାର କରିବା ପାଇଁ ନେଇଥିବା ଏହି ସଂକଳ୍ପ ପ୍ରଶଂସା ଯୋଗ୍ୟ | ପ୍ଲାଷ୍ଟିକ ଖଲିଦନା ଗ୍ଲାସ ବର୍ଜନ କରି ଷ୍ଟିଲ ବର୍ତନ ବ୍ୟବହାର କରିବା ଉପରେ ପ୍ରେରଣା ସଂଗଠନ ଏକ ବିପ୍ଳବ ଆରମ୍ଭ କରିଛି | ଏଥିପାଇଁ ଯାହାବି ସହଯୋଗ ଦରକାର ଦିଆଯିବ ବୋଲି ବିଧାୟକ କହିଥିଲେ | ଅତିଥି ମାନେ ସଂଗଠନର ଏହି ପ୍ରୟାସକୁ ଭୂରୀୟସି ପ୍ରଶଂସା କରିବା ସହିତ ନୂଆପଡା ଜିଲ୍ଲାପାଳ ଗ୍ରହଣ କରିଥିବା ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଦିଗରେ ଏହା ଆଉ ଏକ ମାଇଲ ଷ୍ଟୋନ୍ ହେଲା ବୋଲି ଅଭିହିତ କରିଥିଲେ l

ସୂଚନାଯୋଗ୍ୟ ଯେ ଏହି ସଂଗଠନ ତରଫରୁ ବିବାହ,ବ୍ରତ ଓ ବିଭିନ୍ନ ସାମାଜିକ କାର୍ଯ୍ୟ ସକାଶେ ରିହାତି ଦରରେ ଭଡାରେ ଷ୍ଟିଲ ବର୍ତନ ଯୋଗାଇ ଦିଆଯିବ ବୋଲି ସଂଗଠନ ତରଫରୁ କୁହାଯାଇଛି |ସଂଗଠନର ସଂଯୋଜିକା ଯାଜ୍ଞସେନୀ ମହାପାତ୍ର ସଭା ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ ସଂଗୀତା ପାରଖ, ରୋଜାଲିନ ନାଏକ, ସିମାଳିନି ପଣ୍ଡା, ମଞ୍ଜୁ ଜଗତ, ସୁପ୍ରଭା ପଟ୍ଟନାୟକ, ପୁଷ୍ପାଞ୍ଜଳୀ ପଟ୍ଟନାୟକ, ଇନ୍ଦିରା ପଟ୍ଟନାୟକଙ୍କ ସହିତ ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ |

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande