ବଲାଙ୍ଗିର–ନୁଆପଡା ରେଳ ପରିୟୋଜନାକୁ ଶୀଘ୍ର ଅନୁମୋଦନ ପାଇଁ ଦାବି
ବଲାଙ୍ଗିର, 13 ଫେବ୍ରୁଆରି (ହି.ସ.) ସଂସଦର ଚାଲୁଥିବା ବଜେଟ୍ ଅଧିବେଶନ ସମୟରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବଲାଙ୍ଗିର–ନୁଆପଡା (ଭୟା ପାଟଣାଗଡ) ନୂତନ ରେଳ ଲାଇନ ପରିୟୋଜନା ସମ୍ବନ୍ଧରେ ରେଳ ମନ୍ତ୍ରାଳୟ, ଭାରତ ସରକାରଙ୍କୁ ଏକ ଅତାରାଙ୍କିତ ପ୍ରଶ୍ନ ମାଧ୍ୟମରେ ମୁଦ୍ଦା ଉଠାଇ ଇଥିଲେ। ଶ୍ରୀ ବିଶି
ବଲାଙ୍ଗିର–ନୁଆପଡା ରେଳ ପରିୟୋଜନାକୁ ଶୀଘ୍ର ଅନୁମୋଦନ ପାଇଁ ଦାବି


ବଲାଙ୍ଗିର, 13 ଫେବ୍ରୁଆରି (ହି.ସ.)

ସଂସଦର ଚାଲୁଥିବା ବଜେଟ୍ ଅଧିବେଶନ ସମୟରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବଲାଙ୍ଗିର–ନୁଆପଡା (ଭୟା ପାଟଣାଗଡ) ନୂତନ ରେଳ ଲାଇନ ପରିୟୋଜନା ସମ୍ବନ୍ଧରେ ରେଳ ମନ୍ତ୍ରାଳୟ, ଭାରତ ସରକାରଙ୍କୁ ଏକ ଅତାରାଙ୍କିତ ପ୍ରଶ୍ନ ମାଧ୍ୟମରେ ମୁଦ୍ଦା ଉଠାଇ ଇଥିଲେ।

ଶ୍ରୀ ବିଶି ପ୍ରଶ୍ନ କରିଥିଲେ ଯେ, ସରକାର ବଲାଙ୍ଗିର–ନୁଆପଡା ରେଳ ଲାଇନ ପରିୟୋଜନା ପୂରଣ ପାଇଁ କୌଣସି ସଂଶୋଧିତ ସମୟସୀମା ନିର୍ଦ୍ଧାରଣ କରିଛନ୍ତି କି; ଯଦି କରିଥାନ୍ତି, ତାହାର ବିବରଣୀ କ’ଣ? ପରିୟୋଜନା ର ସମୟୋପଯୁକ୍ତ ସମାପ୍ତି ପାଇଁ କ’ଣ ନିରୀକ୍ଷଣ ବ୍ୟବସ୍ଥା ରହିଛି?ବିଳମ୍ବର କାରଣ କ’ଣ? ଜମି ଅଧିଗ୍ରହଣ ଓ ଅପର୍ଯ୍ୟାପ୍ତ ବଜେଟ୍ ବିନିୟୋଗ ବିଳମ୍ବର ପ୍ରମୁଖ କାରଣ କି? ଏପର୍ଯ୍ୟନ୍ତ କେତେ ଜମି ଅଧିଗ୍ରହଣ ବାକୀ ଅଛି? ପଛଲା ତିନି ବର୍ଷରେ କେତେ ବଜେଟ୍ ବିନିୟୋଗ ହୋଇଛି?ଜମି ଅଧିଗ୍ରହଣ ସମସ୍ୟା ସମାଧାନ ପାଇଁ କ’ଣ ପଦକ୍ଷେପ ଗ୍ରହଣ କରା ଯାଇଛି?ଏବଂ ଚାଲୁ ବର୍ଷ ପାଇଁ ପ୍ରସ୍ତାବିତ ବଜେଟ୍ ବିନିୟୋଗ କେତେ?

ଲିଖିତ ଉତ୍ତରରେ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ବଲାଙ୍ଗିର–ନୁଆପଡା (ନୁଆଁ ପଡା ରୋଡ୍) ଭୟା ପାଟଣାଗଡ (୧00 କି.ମି.) ନୂତନ ରେଳ ଲାଇନ ପାଇଁ ଫାଇନାଲ୍ ଲୋକେସନ୍ ସର୍ଭେ ସମାପ୍ତ ହୋଇଛି ଏବଂ ବିସ୍ତୃତ ପରିୟୋଜନା ପ୍ରତିବେଦନ ପ୍ରସ୍ତୁତ କରାଯାଇଛି।

ସେ କହିଥିଲେ ଯେ, ଡିପିଆର ପ୍ରସ୍ତୁତି ପରେ ପରିୟୋଜନାକୁ ଅନୁମୋଦନ ପାଇଁ ରାଜ୍ୟ ସରକାର ସହିତ ବିଭିନ୍ନ ହିତଧାରୀଙ୍କ ସହ ପରାମର୍ଶ ଏବଂ ନୀତି ଆୟୋଗ ଓ ଅର୍ଥ ମନ୍ତ୍ରାଳୟଙ୍କ ଅନୁମୋଦନ ଆବଶ୍ୟକ। ପରିୟୋଜନା ଅନୁମୋଦନ ଏକ ଅବିରତ ଓ ଗତିଶୀଳ ପ୍ରକ୍ରିୟା ଥିବାରୁ ଏହି ସମୟରେ ନିଶ୍ଚିତ ସମୟସୀମା କହିବା ସମ୍ଭବ ନୁହେଁ।

ଅଧିକନ୍ତୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ କୌଣସି ରେଳ ପରିୟୋଜନାର ଅନୁମୋଦନ ବିଭିନ୍ନ ପାରାମିଟର ରେ ନିର୍ଭର କରେ, ଯେପରିକି ସମ୍ଭାବ୍ୟ ଯାତାୟାତ ଆନୁମାନ ଓ ଲାଭକାରୀତା, ପ୍ରଥମ ଓ ଶେଷ ମାଇଲ୍ ସଂଯୋଗ, ଅପୂର୍ଣ୍ଣ ସଂଯୋଗ ସମାପ୍ତି, ଭିଡ଼ ଲାଇନର ସୁଧାର, ରାଜ୍ୟ ସରକାର ଓ ଜନପ୍ରତିନିଧିଙ୍କ ଦାବି, ରେଳୱେର ପରିଚାଳନା ଆବଶ୍ୟକତା, ସାମାଜିକ-ଆର୍ଥିକ ପରିସ୍ଥିତି ଏବଂ ଲାଭ ଉପଲବ୍ଧତା।

ସେ ଏହା ମଧ୍ୟ କହିଥିଲେ ଯେ ପରିୟୋଜନା ସମାପ୍ତି ଜମି ଅଧିଗ୍ରହଣ, ବନ ଅନୁମତି, ୟୁଟିଲିଟି ସ୍ଥାନାନ୍ତରଣ, ବିଭିନ୍ନ କାନୁନି ଅନୁମୋଦନ, ଭୂଗୋଳିକ ଓ ପ୍ରାକୃତିକ ପରିସ୍ଥିତି, କାନୁନ-ଶୃଙ୍ଖଳା ଓ କାର୍ଯ୍ୟ ମାସ ସଂଖ୍ୟା ପରି କାରକରେ ନିର୍ଭର କରେ।

ସାଂସଦ ନିରଞ୍ଜନ ବିଶି ପଶ୍ଚିମ ଓଡ଼ିଶାର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ରେଳ ପରିୟୋଜନାକୁ ଶୀଘ୍ର ଅନୁମୋଦନ ଓ କାର୍ଯ୍ୟାନ୍ବୟନ କରିବାକୁ ଦୃଢ଼ ଦାବି କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande