
ଜୟପୁର, 13 ଫେବ୍ରୁଆରି (ହି.ସ.)
ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଓ ଫ୍ଲାଇଙ୍ଗ ସ୍କାର୍ଡର ମିଳିତ ଚଢାଉ କରି ୩ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତ ହେଲେ ପୁଟ୍ରା ଗ୍ରାମ ରକୃଷ୍ଣ ବିଷୋୟୀ ଓ ନରେନ୍ଦ୍ର ବିଷୋୟୀ, ବଡଓଜେଇ ଶ୍ରୀପତି ଭଇଁସା । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ପୁଟ୍ରା ଗ୍ରାମ ଓ ବଡ ଓଜେଇ ଗ୍ରାମରେ ଚଢାଉ କରି ୧୭ ଲିଟର ଦେଶି ମଦ ଓ ୮ଲିଟର ବାହାର ଭାଟି ମଦ ଜବତ କରିଛି । ଗିରଫ ୩ ଅଭିଯୁକ୍ତ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି