
ଜୟପୁର, ୧୩ ଫେବ୍ରୁଆରି (ହି.ସ.) - କୋରାପୁଟ ଜିଲ୍ଲା ବୈପାରୀଗୁଡା ପଂଚାୟତ ସମିତି କାର୍ଯ୍ୟାଳୟରେ ଜାଗର ଯାତ୍ରା ଅବସରରେ ପ୍ଲାଷ୍ଟିକ ମୁକ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈପାରୀଗୁଡା ବିଡ଼ିଓ ସୁବ୍ରତ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ବୈଠକରେ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ଗୁପ୍ତା, ଉପାଧକ୍ଷା ପୂର୍ଣ୍ଣିମା ବାରିକ, ଜିଲ୍ଲାପରିଷଦ ସଭ୍ୟ ରାଜେଶ ମହୁରୀଆ, ଏବିଡ଼ିଓ ନିବେଦିତା ଦଣ୍ଡସେନା, ସମସ୍ତ ସରପଂଚ ଓ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ଆଗକୁ ଗୁପ୍ତେଶ୍ୱର ପୀଠରେ ବହୁ ଆଡମ୍ବର ଭାବେ ଶିବରାତ୍ରି ତଥା ଜାଗରେ ଯାତ୍ରା ଅନୁଷ୍ଠିତ ହେବ । ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ହେଲେ ପୀଠରେ ପଲିଥିନି ମୁକ୍ତ ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଛି । ଫ୍ରଣ୍ଡସ ୟୁନିଟ ବ୍ଲକ ସଦସ୍ୟ ଏମ ତେଜସ୍ୱର ରାଓ ପଲିଥିନ ଦ୍ୱାରା କଣ ପରିବେଶ କିପରି ନଷ୍ଟ ହେଉଛି ତାହା ପ୍ରଜେକ୍ଟର ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଆଜିର ନିଷ୍ପତି ଅନୁଯାଇ ପ୍ରଥମେ ପୀଠରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ ରାଲି ଅନୁଷ୍ଠିତ ହେବ ଏବଂ ଦୋକାନୀଙ୍କୁ ପଲିଥିନ ବଦଳରେ ମାଟିରେ ମିଶିବା ପଲିଥିନ ବ୍ୟବହାର ପାଇଁ ବୁଝାଯିବ । ଯଦି ନିୟମ ନ ମାନିଲେ ଫାଇନ ବ୍ୟବସ୍ଥା ରହିବ ବୋଲି ବିଡ଼ିଓ ସ୍ୱଷ୍ଟ କରିଛନ୍ତି । ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ପୀଠରେ ପଲିଥିନ ବ୍ୟବହାର ଉପରେ ରଖିବେ ନଜର । ଏହି ବୈଠକ ରେ ରାମଗିରି, ଗୁପ୍ତେଶ୍ୱର ଏବଂ ବୈପାରୀଗୁଡାର ସରପଂଚ, ସମିତି,ପିଇଓ ଏବଂ ଆରଆଇ, ଉପସ୍ଥିତି ଥିବା ବେଳେ ବ୍ଲକର ଏମବିକେ ଓ ସିଆରପି, ଫ୍ରେଣ୍ଡସ ୟୁନିଟ କ୍ଳବର ଧନପତି ନାୟକ, ଏନ ସନ୍ତୋଷ ଏବଂ ରାମଗିରି ବିରଖମ୍ବ ଯୁବକ ସଙ୍ଘର ପ୍ରଫୁଲ ପାତ୍ର, ରମେଶ ଚାରିକ, ମୋହନ ଚାନ୍ଦ ମାଛ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି