
ଜୟପୁର, 13 ଫେବ୍ରୁଆରି (ହି.ସ.)ଜୟପୁର ବିକ୍ରମଦେବ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିକ୍ରମଦେବ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ କ୍ୟାପ୍ଟେନ ଡ.ଲକ୍ଷ୍ମଣ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଦେବି ପ୍ରସାଦ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୁଳସଚିବ ମହେଶ୍ବର ନାୟକ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ନିଳାଦ୍ରୀନାଥ ଦାଶ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଭବିଷ୍ୟତ ଗଠନର ଭୁମିକା ବିଷୟରେ ଆଲୋକପାତ କରିଥିଲେ। ଛାତ୍ର ଛାତ୍ରୀଙ୍କ ଶିକ୍ଷାଗତ ସଫଳତା, ଓ ସ˚ସ୍କୃତି ବିଷୟରେ ଅତିଥି ମାନେ ନିଜ ନିଜ ମତ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସା˚ସ୍କୃତିକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି