ବିକ୍ରମଦେବ ବିଶ୍ବବିଦ୍ୟାଳୟ ପକ୍ଷରୁ ଅନ୍ତମହାବିଦ୍ୟାଳୟ ଖେଳ ପ୍ରତିଯୋଗୀତା
ଜୟପୁର, 13 ଫେବ୍ରୁଆରି (ହି.ସ.)ଜୟପୁର କ୍ରୀଡା କ˚ପ୍ଲେକ୍ସ ଠାରେ ବିକ୍ରମଦେବ ବିଶ୍ବବିଦ୍ୟାଳୟ ପକ୍ଷରୁ ଅନ୍ତଃ ମହାବିଦ୍ୟାଳୟ ଖେଳ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀତା ଦୁଇଦିନ ଧରି ଚାଲିବ। ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ପିଜି କାଉନସିଲ ଡ. ପ୍ରଶାନ୍ତ କ
ବିକ୍ରମଦେବ ବିଶ୍ବବିଦ୍ୟାଳୟ ପକ୍ଷରୁ ଅନ୍ତମହାବିଦ୍ୟାଳୟ ଖେଳ ପ୍ରତିଯୋଗୀତା


ଜୟପୁର, 13 ଫେବ୍ରୁଆରି (ହି.ସ.)ଜୟପୁର କ୍ରୀଡା କ˚ପ୍ଲେକ୍ସ ଠାରେ ବିକ୍ରମଦେବ ବିଶ୍ବବିଦ୍ୟାଳୟ ପକ୍ଷରୁ ଅନ୍ତଃ ମହାବିଦ୍ୟାଳୟ ଖେଳ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀତା ଦୁଇଦିନ ଧରି ଚାଲିବ। ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ପିଜି କାଉନସିଲ ଡ. ପ୍ରଶାନ୍ତ କୁମାର ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ. ରଞ୍ଜନ କୁମାର ପ୍ରଧାନ, ଡ. ସାଗରିକା ମିଶ୍ର, ସଚିନ କୁମାର ନାୟକ, ଲୋକେଶ ପ୍ରଧାନ, ଭାଗବତ ପ୍ରସାଦ ସି˚ ଉପସ୍ଥିତ ଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଲମ୍ବଡିଆଁ,ଉଚ୍ଚଡିଆଁ, ସଟଫୁଟ ଥ୍ରୋ, ବିଭିନ୍ନ ଦୌଡ ପ୍ରତିଯୋଗୀତା, ରିଲେ ରେସ, ଅନୁଷ୍ଠିତ ହୋଇଥିଲା। ୭୫ଟି କଲେଜର ୨୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନେ ଏହି କ୍ରୀଡା ପ୍ରତିଯୋଗୀତାରେ ଭାଗ ନେଇଥିଲେ। ଆସନ୍ତା କାଲି ବିଭିନ୍ନ ପ୍ରତିଯୋଗୀତାର କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି କ୍ରୀଡାଶିକ୍ଷକ ଭାଗବତ ପ୍ରସାଦ ସି˚ ପ୍ରକାଶ କରିଛନ୍ତି। ବିଭିନ୍ନ ଖେଳକୁଦ ର ବିଚାରକ ଭାବେ ରବିନାୟକ, କାନ୍ତ ଚୌଧୁରୀ, ଶ୍ରୀନୁ ସେଠି, ବାବୁ ଷଡଙ୍ଗି, ଜି.ସତ୍ୟନାରାୟଣା,ପ୍ରସନ୍ନ ପାଣିଗ୍ରାହୀ, ମନୋଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande