
କେନ୍ଦ୍ରାପଡ଼ା,୧୫ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ମହିପାଳ ଟେଲିକମ ପଡିଆରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକ ପାଳନ ଅବସରରେ ଏହି ବିଶାଳ ହିନ୍ଦୁ ସମ୍ମିଳନୀ ରେ ସ୍ଥାନୀୟ ଅଂଚଳର ବହୁ ମହିଳା ଓ ପୁରୁଷଙ୍କ ସମେତ ସାଧୁ, ସନ୍ଥଙ୍କ ଉପସ୍ଥିତିରେ ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀ ରେ ମା ଭାରତୀଙ୍କ ସନ୍ତାନ ହିନ୍ଦୁମାନଙ୍କର ପୂର୍ବ ଗୈାରବ ଓ ସୈାର୍ଯ୍ୟକୁ ସ୍ମରଣ କରାଇ ଜାତି ଭିତିକ ବିଭାଜନକୁ ଅବିସ୍ମରଣ କରି ଆତ୍ମିୟତା ଓ ସ୍ୱାଭମାନ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ବୈାଦ୍ଧିକ ପ୍ରଦତ କରାଯାଇ ଥିଲା। ଏହି ବିଶାଳ ହିନ୍ଦୁ ସମ୍ମିଳନୀରେ ଓଡିଶାର ସୁନାମ ଧନ୍ୟ ଭଗବତ କଥା ପ୍ରବଚକ ଶ୍ରୀ କେଶବ ଦାସ, ଦ୍ୱୈତିକୃଷ୍ଣ ମହାରାଜ, ପତଞ୍ଜଳୀ ଯୋଗ ସମିତି ଓଡିଶାର କୃଷି ପ୍ରଭାରୀ ସ୍ୱୟଂ ପ୍ରକାଶ ମାହାପତ୍ର, ମହାରାଜ ସନ୍ଥ, ବିରଜା ପ୍ରସନ୍ନ ମହାରାଜ, ଧର୍ମ ଜାଗରଣ ସମନ୍ୱୟ ବିଭାଗ ସଂଯୋଜକ ଗୋଲଖ ବେହେରା ପ୍ରମୁଖ ମଂଚାସୀନ ହୋଇ ବୈାଦ୍ଧିକ ପ୍ରଦାନ କରିଥିଲେ। ଆୟୋଜିତ ଏହି ସମ୍ମଳନୀରେ ବହୁ ସାଧୁ ସନ୍ଥଙ୍କ ସମେତ ବିଜେପିର ବରିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି