ଗୌରଗୋଠ, ଅର୍ଜୁନପୁର ଲୋକଙ୍କୁ ଭେଟି ସମସ୍ୟା ଶୁଣିଲେ ନରସିଂହ ଲୋକଙ୍କ ଠାରୁ ସିଧାସଳଖ ଚାର ଓ ମହୁଲ କିଣୁ ସରକାର
ବଲାଙ୍ଗୀର,୧୫ ଫେବୃଆରୀ(ହି.ସ.) – ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଆଜି ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପଂଚାୟତର ଅଇଁଲାପାଲି ଓ ଗୌରଗୋଠ ପଂଚାୟତର ଗୌରଗୋଠ ଠାରେ ସ୍ଥାନୀୟ ଲୋକମାନଙ୍କ ସହିତ ତାଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ପବିତ୍ର ଶିବରାତ୍ରୀ ଉପଲକ୍ଷେ ଶ୍ରୀ ମିଶ୍ର ପ୍ରଥମେ ଏହି ଅ
ଗୌରଗୋଠ, ଅର୍ଜୁନପୁର ଲୋକଙ୍କୁ ଭେଟି ସମସ୍ୟା ଶୁଣିଲେ ନରସିଂହ ଲୋକଙ୍କ ଠାରୁ ସିଧାସଳଖ ଚାର ଓ ମହୁଲ କିଣୁ ସରକାର


ଗୌରଗୋଠ, ଅର୍ଜୁନପୁର ଲୋକଙ୍କୁ ଭେଟି ସମସ୍ୟା ଶୁଣିଲେ ନରସିଂହ ଲୋକଙ୍କ ଠାରୁ ସିଧାସଳଖ ଚାର ଓ ମହୁଲ କିଣୁ ସରକାର


ଗୌରଗୋଠ, ଅର୍ଜୁନପୁର ଲୋକଙ୍କୁ ଭେଟି ସମସ୍ୟା ଶୁଣିଲେ ନରସିଂହ ଲୋକଙ୍କ ଠାରୁ ସିଧାସଳଖ ଚାର ଓ ମହୁଲ କିଣୁ ସରକାର


ବଲାଙ୍ଗୀର,୧୫ ଫେବୃଆରୀ(ହି.ସ.) – ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଆଜି ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପଂଚାୟତର ଅଇଁଲାପାଲି ଓ ଗୌରଗୋଠ ପଂଚାୟତର ଗୌରଗୋଠ ଠାରେ ସ୍ଥାନୀୟ ଲୋକମାନଙ୍କ ସହିତ ତାଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ପବିତ୍ର ଶିବରାତ୍ରୀ ଉପଲକ୍ଷେ ଶ୍ରୀ ମିଶ୍ର ପ୍ରଥମେ ଏହି ଅଂଚଳରେ ଅନୁଷ୍ଠିତ ବିଭିନ୍ନ ଦେବାଳୟ ବୁଲି ମହାପ୍ରଭୁ ମହାଦେବଙ୍କର ଆଶିର୍ବାଦ ଲାଭ କରି ଅଂଚଳ ପାଇଁ ଶୁଭକାମନା କରିଥିଲେ। ଅଇଁଲାପାଲି ଗୌରଗୋଠ ଠାରେ ସ୍ଥାନୀୟ ଲୋକଙ୍କ ପାଖକୁ ଯାଇ ସେମାନେ ସମ୍ମୁଖିନ ହେଉଥିବା ସମସ୍ୟା ଉପରେ ଲୋକଙ୍କ ଠାରୁ ଶୁଣିଥିଲେ। ଧାନକିଣା ସମସ୍ୟା ଫେବୃୟାରୀ ମାସ ଅଧା ଚାଲିଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ସମସ୍ତ ଧାନ ଉଠିପାରିନାହିଁ। ଯାହା କିଛି ବି ଯାଇଛି ସେଥିରୁ କଟନି ଛଟନି ଦେବାର ଅଭିଯୋଗ ସମସ୍ତ ଚାଷି କରୁଛନ୍ତି। ଆହୁରି ମଧ୍ୟ ଲୋକେ ଜଙ୍ଗଲଜାତ ଦ୍ରବ୍ୟ ଚାର, ମହୁଲ ର ଦରଦାମକୁ ନେଇ ଅନେକ ବର୍ଷରୁ ଅସନ୍ତୁଷ୍ଟ ଥିବା ଉପସ୍ଥିତ ଲୋକଙ୍କ ଠାରୁ ଆଲୋଚନାବେଳେ ଜଣାପଡିଥିଲା। ଯଦିଓ ଏ ବର୍ଷ ଜଙ୍ଗଲରୁ ଚାର ମହୁଳ ସଂଗ୍ରହ ଆରମ୍ଭ ହୋଇନାହିଁ କିନ୍ତୁ ଏହି ବହୁମୁଲ୍ୟ ଦ୍ରବ୍ୟ ର ଉଚିତ ଦାମ ଚାର ଓ ଗୋଟାଳିମାନେ ପାଇ ପାରୁନାହାନ୍ତି କାରଣ ଏହି ଉଭୟ ଜଙ୍ଗଲଜାତ ଦ୍ରବ୍ୟ କିଣିବା ପାଇଁ ସରକାର କୌଣସି ନିର୍ଦ୍ଦିଷ୍ଟ ନିୟମାବଳି ପ୍ରସ୍ତୁତ କରିନାହାନ୍ତି। ବହୁ ବର୍ଷ ପୂର୍ବରୁ ମହୁଲକୁ ସରକାର ପ୍ରତ୍ୟକ୍ଷ ଭାବେ ବନ ନିଗମ ଜରିଆରେ ଲୋକଙ୍କ ଠାରୁ କିଣୁଥିଲେ କିନ୍ତୁ ପରେ ପରେ ସରକାର ସେଥିରୁ ଓହରି ଯିବାରୁ ବର୍ତମାନ ବିଭିନ୍ନ ଘରୋଇ ମଧ୍ୟସ୍ଥି ମାନେ ଏହାକୁ ଶାଗ ମାଛ ଦରରେ କିଣୁଛନ୍ତି। ଯଦି ସରକାର ନିଜେ ମହୁଲ କିଣିବେ ତେବେ ଗ୍ରାମ୍ୟ ଅଂଚଳର ଅର୍ଥନୀତି ନିଶ୍ଚିତ ଭାବେ ସୁଦୃଢ ହେବ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର କହିଛନ୍ତି। ଠିକ୍ ସେହିପରି ଚାର ମଧ୍ୟ ଏକ ବହୁମୁଲ୍ୟ ଜଙ୍ଗଲଜାତ ଦ୍ରବ୍ୟ। ରାଜ୍ୟ ବାହାରେ ମହାରାଷ୍ଟ୍ର, ଗୁଜୁରାଟ ଆଦି ଅଂଚଳରେ ଏହି ଚାର ମଞ୍ଜିର ଦାମ ଅନେକ ବେଶି। କିନ୍ତୁ ଆମ ଅଂଚଳରୁ ବ୍ୟବସାୟୀମାନେ ଏହାକୁ କେଜି ପ୍ରତି ଚାରି ଶହ ପାଂଚ ଶହ ଟଙ୍କାରେ କିଣି ବହୁତ ମୁନାଫା କମାଉଛନ୍ତି । ଏଣୁ ଏହି ଉଭୟ ବଣଜାତ ଦ୍ରବ୍ୟ କୁ ଏକ ସର୍ବନିମ୍ନ ସହାୟକ ମୁଲ୍ୟ ସହ ସରକାର ତାର ଏଜେନ୍ସି ମାଧ୍ୟମରେ ଲୋକଙ୍କ ଠାରୁ କିଣୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି। ଆଜିର ଏହି ଆଲୋଚନା ବେଳେ ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ପ୍ରଦୀପ ପଣ୍ଡା, ମୟ ପ୍ରଧାନୀ, ଉମାକାନ୍ତ ଜାଲ, ଅସିତ ମିଶ୍ର, ବିକାଶ ସାହୁ, କୈଳାସ ମିଶ୍ର, ବୁଦ୍ଧଦେବ ସାହୁ, ଜିତୁ ରଣା, ହରିଶଚନ୍ଦ୍ର ଭୋଇ, ପିତାମ୍ବର ମଲ୍ଲିକ, ମୁରଲି ରଣା ଓ ପ୍ରକାଶ ସାହୁ ଙ୍କ ସମେତ ଅଂଚଳବାସୀମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande