ଓଳାଭର ବଜାର ଜବରଦଖଲ- ସରିନି ଉଚ୍ଛେଦ, ଯୋଡ଼ା ହେଲାଣି ଇଟା
କେନ୍ଦ୍ରାପଡ଼ା,୧୫ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ବଜାର ଜବରଦଖଲ ଉଚ୍ଛେଦ ମାମଲା ଦିନକୁ ଦିନ ରହସ୍ୟମୟ ହୋଇ ଯାଉଛି। କୋର୍ଟ ନିର୍ଦ୍ଦେଶ ଅନୁସାରେ ମାପ ହୋଇଥିବା ବେଳେ ତହସିଲ ପ୍ରଶାସନ ଉଚ୍ଛେଦ ସଂପୂର୍ଣ୍ଣ କରିନଥିବା ବେଳେ ଦୋକାନୀମାନେ ପୁନର୍ବାର ଇଟା ଯୋଡି
ଓଳାଭର ବଜାର ଜବରଦଖଲ- ସରିନି ଉଚ୍ଛେଦ, ଯୋଡ଼ା ହେଲାଣି ଇଟା


କେନ୍ଦ୍ରାପଡ଼ା,୧୫ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ବଜାର ଜବରଦଖଲ ଉଚ୍ଛେଦ ମାମଲା ଦିନକୁ ଦିନ ରହସ୍ୟମୟ ହୋଇ ଯାଉଛି। କୋର୍ଟ ନିର୍ଦ୍ଦେଶ ଅନୁସାରେ ମାପ ହୋଇଥିବା ବେଳେ ତହସିଲ ପ୍ରଶାସନ ଉଚ୍ଛେଦ ସଂପୂର୍ଣ୍ଣ କରିନଥିବା ବେଳେ ଦୋକାନୀମାନେ ପୁନର୍ବାର ଇଟା ଯୋଡିବାରେ ଲାଗିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଦୋକାନ ଆଗେଥିବା ଗଛଗୁଡିକ ପାଖରୁ ଭିତରକୁ ୩ରୁ ୪ ଫୁଟ ଜବରଦଖଲ ମାପ ହୋଇଥିବା ବେଳେ ଏହା ଉଚ୍ଛେଦ ହୋଇ ନଥିବାରୁ ଯାତାୟତରେ ବହୁ ସମସ୍ୟା ସୃଷ୍ଟି ହେଉଛି। ଏଥିସହିତ ମୋବସ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି ଦୀର୍ଘ ସମୟ ଧରି ଛିଡାହୋଇ ରହୁଥିବାରୁ ସ୍ଥାନୀୟ ଜନ ସାଧାରଣଙ୍କ ଦାବି ମୁତାବକ ଉଚ୍ଛେଦକୁ ସଂପୂର୍ଣ୍ଣ କରିବା ପରିବର୍ତେ ତହସିଲ ପ୍ରଶାସନର ଟାଳଟୁଳ ନୀତି ଯୋଗୁ ଜନ ସଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତହସିଲ ଅମୀନ ସଠିକ ମାପ କରିଥିବା ବେଳେ ତାଙ୍କ ମାପ ଅନୁଯାଇ ଉଚ୍ଛେଦ ନକରି ତହସିଲ ପ୍ରଶାସନର ଭୂମିକା ସନ୍ଦେହ ଘେରରେ ରହିଛି। ତୁରନ୍ତ କୋର୍ଟ ନିର୍ଦ୍ଦେଶ ଅନୁସାରେ ଉଚ୍ଛେଦ କରିବା ପାଇଁ ସ୍ଥାନୀୟ ଜନ ସାଧାରଣ ଦାବି କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande