ପ୍ରଭୁକୃପା ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା,୧୫ ଫେବୃଆରୀ(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ବଗଡ଼ାସ୍ଥିତ ପ୍ରଭୁକୃପା ବିଦ୍ୟାମନ୍ଦିରର ଚତୁର୍ଦ୍ଦଶ ବାର୍ଷିକୋ ତ୍ସବ ଓ ମାତୃ ସମ୍ମିଳନୀ ଶନିବାର ସନ୍ଧ୍ୟାରେ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାତା ସଭାପତି ସନ୍ତୋଷ କୁମାର ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠି
--ପ୍ରଭୁକୃପା ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ


କେନ୍ଦ୍ରାପଡ଼ା,୧୫ ଫେବୃଆରୀ(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ବଗଡ଼ାସ୍ଥିତ ପ୍ରଭୁକୃପା ବିଦ୍ୟାମନ୍ଦିରର ଚତୁର୍ଦ୍ଦଶ ବାର୍ଷିକୋ ତ୍ସବ ଓ ମାତୃ ସମ୍ମିଳନୀ ଶନିବାର ସନ୍ଧ୍ୟାରେ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାତା ସଭାପତି ସନ୍ତୋଷ କୁମାର ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥିଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଦେବାଶିଷ ନାୟକ, ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟ ରଶ୍ମିରଂଜନ ରାଉତ,ଘରୋଇ ବିଦ୍ୟାଳୟ ସଂଘ ସଭାପତି ନିରଞ୍ଜନ ବେହେରା, ସରପଂଚ ସୁବନି ସାହୁ, ସମିତିସଭ୍ୟା ସୌଦାମିନୀ ଦାସ ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀମାନଙ୍କ ଜୀବନରେ ଶିକ୍ଷା ସହିତ ମୂଲ୍ୟବୋଧକୁ ଯୋଡିବାରେ ମା' ମାନଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ ବୋଲି ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ। ପରିଚାଳନା ସମିତିର ବରିଷ୍ଠ ଉପଦେଷ୍ଟା ଇଂ ଅକ୍ଷୟ କୁମାର ପାଣି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନଶିକ୍ଷକ ଦୀପକ ଜେନା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାମନ୍ଦିରର ଗୁରୁଜୀ ମାନସ ରଞ୍ଜନ ବାରିକ, ପ୍ରକାଶ ମିଶ୍ର, ବୁଲୁ ମହାରଣା, ଗୁରୁମା ସୁଦେଷ୍ଣା ଜେନା, ସୁଖଲତା ସ୍ୱାଇଁ, ମାନସୀ ସ୍ୱାଇଁ, ପ୍ରଣତି ନାୟକ, ନଳିନୀ ନାୟକ, ରଂଜିତା ଦାସ, ବର୍ଷାରାଣୀ ସାହୁ, ସ୍ମିତା ବେଉରା, ସୌଦାମିନୀ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande