ଗୀତା ପଟ୍ଟନାୟକଙ୍କ ଦେହାନ୍ତରେ ନବୀନଙ୍କ ଶୋକ
ଭୁବନେଶ୍ୱର, ୧୫ ଫେବୃୟାରୀ (ହି.ସ)- ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ୍ସରେ ଶୋକପ୍ରକାଶ କରି ନବୀନ ଲେଖିଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ
ଗୀତା ପଟ୍ଟନାୟକଙ୍କ ଦେହାନ୍ତରେ ନବୀନଙ୍କ ଶୋକ


ଭୁବନେଶ୍ୱର, ୧୫ ଫେବୃୟାରୀ (ହି.ସ)- ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ଏକ୍ସରେ ଶୋକପ୍ରକାଶ କରି ନବୀନ ଲେଖିଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ସୁମଧୁର କଣ୍ଠ ଓଡ଼ିଆ ସଙ୍ଗୀତକୁ ଘରେ ଘରେ ପହଂଚାଇଛି। ଅନେକ ଲୋକପ୍ରିୟ ସଙ୍ଗୀତ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନଙ୍କ ପ୍ରତି ମୋର ସମବେଦନା ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande