୨୨କେଜି ଗଞେଇ ଜବତ, ଦୁଇ ଗିରଫ।
Odisha, 17 ଫେବ୍ରୁଆରି (ହି.ସ.)ଖୋର୍ଦ୍ଧା, ଖୋର୍ଦ୍ଧା ଅବକାରୀ ପୋଲିସ ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରି ୨୨କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ କନ୍ଧମାଳ ଜିଲ୍ଲା ଗୁଟିଙ୍ଗା ଗାଁ ର ଅଶ୍ଵତ୍ଥାମା ନାୟକ, ଏବଂ ଅନ୍ୟ ଜଣକ ହେଲେ କର୍ଣ୍ଣାଟକ ରାଜ୍ୟର ମନ୍ଦ୍ୟା ଗାଁ ର ଅ
Ganjei


Odisha, 17 ଫେବ୍ରୁଆରି (ହି.ସ.)ଖୋର୍ଦ୍ଧା, ଖୋର୍ଦ୍ଧା ଅବକାରୀ ପୋଲିସ ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରି ୨୨କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ କନ୍ଧମାଳ ଜିଲ୍ଲା ଗୁଟିଙ୍ଗା ଗାଁ ର ଅଶ୍ଵତ୍ଥାମା ନାୟକ, ଏବଂ ଅନ୍ୟ ଜଣକ ହେଲେ କର୍ଣ୍ଣାଟକ ରାଜ୍ୟର ମନ୍ଦ୍ୟା ଗାଁ ର ଅପୁ ଆର। ଅବକାରୀ ପୋଲିସ ସୁଚନା ମୁତାବକ ଅଶ୍ଵତ୍ଥାମା କନ୍ଧମାଳରୁ ଭୁବନେଶ୍ଵର କୁ ଗଞେଇ ଚୋରା ଚାଲାଣ କରୁଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇ ଅବକାରୀ ପୋଲିସ ବାଘମାରି ଥାନା ଅନ୍ତର୍ଗତ ସାରୁଆ ନିକଟରେ ମାଡ଼ି ବସିଥିଲା। ପରେ ତାଠାରୁ ୧୦କେଜି ଗଞେଇ ଜବତ କରିଥିଲା।ସେହିପରି ଜଙ୍କିଆ ଥାନା ଲହଙ୍ଗା ଓଭର ବ୍ରିଜ ତଳେ ଆପୂ ଆର କୁ ଗିରଫ କରିବା ସହ ତାଠାରୁ ୧୨କେଜି ଗଞେଇ ଜବତ କରିଛି ତେବେ ଉଭୟଙ୍କୁ ଅବକାରୀ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande